ଓଡିଶାରେ କନ୍ଦଳ ଦିଲ୍ଲୀରେ ଝଡ଼ : ଇସ୍ତଫା ଗୁଜବକୁ ଖଣ୍ଡନ କଲେ ନରସିଂହ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ କନ୍ଦଳ, ଦିଲ୍ଲୀରେ ଝଡ । ଏହା ହେଉଛି କଂଗ୍ରେସ ରାଜନୀତିର କଥା । ତୁହାକୁ ତୁହା ଦିଲ୍ଲୀରେ ଚାଲିଛି ବୈଠକ । କିଛି ସମୟ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ସହ ଆଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ । କିନ୍ତୁ ଆଲୋଚନା ପରେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ ବିଧାୟକମାନେ ।

ଏହାପୂର୍ବରୁ ଆଜି ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇନାହାଁନ୍ତି । ତେବେ ଆଲୋଚନା ସମ୍ପର୍କରେ କିଛି ସ୍ପଷ୍ଟ କରିନାହାଁନ୍ତି ନରସିଂହ । ପିସିସି ନେତୃତ୍ୱ ପରିବର୍ତନ ଓ ଓଡିଶା ପ୍ରଭାରୀ ପରିବର୍ତ୍ତନ ଉପରେ ବିରୋଧୀ ଦଳ ନେତା ଓ ବିଧାୟକ ମାନେ ହାଇକମାଣ୍ଡଙ୍କ ନିକଟରେ ଦାବି ରଖିଥିବା ନେଇ ଚର୍ଚ୍ଚା ହେଉଛି ।