ଆଇସକ୍ରିମରୁ ମହାଭାରତ ! ରେଷ୍ଟୁରାଂଟରେ ଆଇସକ୍ରିମ୍ ଦେବାରେ ବିଳମ୍ବ ହେବାରୁ ମାଲିକଙ୍କୁ ମାଡ଼ ଅଭିଯୋଗ

32

କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ ଭଳି ଭୁବନେଶ୍ୱରରେ ସାମାନ୍ୟ ଆଇସକ୍ରିମରୁ ହୋଇଛି ମହାଭାରତ । ରେଷ୍ଟୁରାଂଟରେ ଆଇସକ୍ରିମ ଦେବାରେ ବିଳମ୍ବ ହେବାରୁ ଉତ୍ପାତ କରିଛନ୍ତି କିଛି ସ୍ଥାନୀୟ ଅସାମାଜିକ ଯୁବକ । ରେଷ୍ଟୁରାଂଟ ଭିତରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଯୁବକ । ଏମିତିକି ମାଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ତେବେ ଘଟଣାକୁ ରେଷ୍ଟୁରାଂଟରେ ଲାଗିଥିବା ସିସିଟିଭି କଏଦ କରିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଘଟଣାକୁ ୪ ଦିନ ବିତିଥିଲେ ସୁଦ୍ଧା ଏନେଇ ସହିଦନଗର ଥାନା ଏତଲା ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ପାଖିପାଖି ଦିନ ୩ଟା ବେଳେ ରେଷ୍ଟୁରାଂଟ ଭିତରକୁ ଆସିଥିଲେ ୨୦ରୁ ଅଧିକ ଗ୍ରାହକ । ନିଜର ଡିମାଣ୍ଡ ଅନୁସାରେ, ସବୁ ଅର୍ଡର କରାଯାଇଥିଲା । ଖାଇବା ଶେଷ ହେବା ପରେ, ପାଖାପାଖି ୪ଟା ସମୟରେ ଆଇସକ୍ରିମ ଅର୍ଡର ଦିଆଯାଇଥିଲା । ମାତ୍ର ରେଷ୍ଟୁରାଂଟ ଗହଳି ଥିବାରୁ ଆଇସକ୍ରିମ୍ ଦେବାରେ ବିଳମ୍ବ କରିଥିଲେ ୱେଟର । ଯାହାକୁ ନେଇ ମାଲିକଙ୍କ ସହ ଝଗଡା କରିବା ସହ ଗାଳି ଗୁଲଜ କରିଥିଲେ ଏହି ଗ୍ରାହକ ।