ଥମୁନି ବାଲିଯାତ୍ରା ବିବାଦ: ପ୍ରଶାସନର ମୁନମୁଖୀ କାର୍ଯ୍ୟକୁ ବିରୋଧ କରି ପକାଇଥିବା ଷ୍ଟଲକୁ ଉଠାଇନେଲେ ଟେଂଟ ମାଲିକ

ବିଧାୟକଙ୍କ ହସ୍ତକ୍ଷେପ ଦାବି କଲା ବ୍ୟବସାୟୀ ସଂଘ

87

କନକ ବ୍ୟୁରୋ: ଥମୁନି ବାଲିଯାତ୍ରା ବିବାଦ । ଜମି ଆବଂଟନରେ ପ୍ରଶାସନିକ ଅବହେଳା ଓ ମନମୁଖି କାରବାର ହେଉଥିବା ଅଭିଯୋଗ କରି ବାଲିଯାତ୍ରା ବ୍ୟବସାୟୀ ଅସନ୍ତୋଷ ଜାହିର କରିଥିବା ବେଳେ ଆଜି ଷ୍ଟଲ୍ ପକାଇଥିବା ଟେଂଟ୍ ଗୁଡ଼ିକୁ ଉଠାଇନେଇଛି  । ଏନେଇ ପ୍ରଶାସନ ସହ କୌଣସି ପ୍ରକାର ଆଲୋଚନା ସମ୍ଭବ ନୁହଁ ଓ ବିଧାୟକ ହସ୍ତକ୍ଷେପ କଲେ ହିଁ ସଂଘ ଆଲୋଚନା କରିବ ବୋଲି ସ୍ପଷ୍ଟ କରିଛି  । ଏଥିସହ ଆସନ୍ତା ୨୩ ତାରିଖରେ ମହାନଦୀ ପଠାରେ ହେବାକୁ ଯାଉଥିବା ବାଲିଯାତ୍ରାକୁ ନେଇ ପୁଣି ବିବାଦ ଉପୁଜିଛି ।

 

ମେଳା ଆଉ ୫ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ୪ ହଜାର ବର୍ଗଫୁଟ ଜମି ପାଇଁ ଆବଂଟନ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଅନ୍ୟପଟେ ନିୟମ ଅନୁସାରେ, ଭେଣ୍ଡରଙ୍କୁ ଆରମ୍ଭରୁ ପ୍ଲଟ ବଂଚନ କରାଯାଇଥିବା ବେଳେ ଶୁକ୍ରବାର ହଠାତ୍ ଏକାଧିକ ପ୍ଲଟ ଦିଆଯିବ ନାହିଁ ବୋଲି ପ୍ରଶାସନ କହିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ ।  ବିବାଦରେ ବିଧାୟକ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସଂଘ ଦାବି କରିଛି  ।

 

ଉଲ୍ଲେଖ ଥାଉ କି, ଜମି ଆବଂଟନରେ ପ୍ରାଶାସନିକ ଅବହେଳା ଓ ମନମୁଖି କାରବାର ଅଭିଯୋଗ କରି ଚଳିତ ବର୍ଷର ବାଲିଯାତ୍ରାକୁ ବର୍ଜନ କରିବା ପାଇଁ ନିଷ୍ପତି ନେଇଛି ବାଲିଯାତ୍ରା ବ୍ୟବସାୟୀ ସଂଘ ।  ଆସନ୍ତା ୨୩ ତାରିଖରେ ମହାନଦୀ ପଠାରେ ହେବାକୁ ଯାଉଥିବା ବାଲିଯାତ୍ରାକୁ ନେଇ ପୁଣି ବିବାଦ ଉପୁଜିଛି । ମେଳା ଆଉ ୫ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ୪ ହଜାର ବର୍ଗଫୁଟ ଜମି ପାଇଁ ଆବଂଟନ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଗତକାଲି ହଠାତ୍ ଜଣକୁ କେବଳ ଗୋଟିଏ ପ୍ଲଟ ଦିଆଯିବ, ଏକାଧିକ ପ୍ଲଟ ଦିଆଯାଇ ପାରିବ ନାହିଁ ପ୍ରଶାସନ କହିବା ପରେ ଏହି ବିବାଦ ନୂଆ ରୂପ ନେଇଛି । ପୂର୍ବ ନିଷ୍ପତିକୁ ହଠାତ୍ ପ୍ରଶାସନ ପକ୍ଷରୁ ପରିବର୍ତନ କରାଯାଇ ନୂଆ ନିୟମ ଲାଗୁ କରାଯାଇଛି ।

ନିୟମ ଅନୁସାରେ, ଭେଣ୍ଡରଙ୍କୁ ଆରମ୍ଭରୁ ପ୍ଲଟ ବଂଚନ କରାଯାଇଥିବା ବେଳେ ଗତକାଲି ହଠାତ୍ ଏକାଧିକ ପ୍ଲଟ ଦିଆଯିବ ନାହିଁ ବୋଲି ପ୍ରଶାସନ କହିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବ୍ୟବସାୟୀ । ଏପଟେ ଏକ ଜରୁରୀ ବୈଠକ କରିବା ପରେ ବାଲିଯାତ୍ରାକୁ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି । ସେପଟେ ସିଙ୍ଗିଲ ଓଣ୍ଡୋର ବ୍ୟବସ୍ଥା ଥିଲେ ସୁଦ୍ଧା ପୁଲିସ ବ୍ୟବସାୟୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।