ସ୍ନାନଯାତ୍ରା ବିଶୃଙ୍ଖଳା ନେଇ ସେବାୟତ ନିଲମ୍ବିତ। ସେବାୟତ ସୋମନାଥ ଖୁଂଟିଆଙ୍କୁ ନିଲମ୍ବନ କଲେ ମନ୍ଦିର ପ୍ରଶାସନ

ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ବି ନୋଟିସ୍; ସିସିଟିଭି ଯାଂଚ ପରେ କାର୍ଯ୍ୟାନୁଷ୍ଠାନ

241

କନକ ବ୍ୟୁରୋ: ବିଧାୟକଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିବାକୁ ନେବା ଅଭିଯୋଗରେ ସେବାୟତ ନିଲମ୍ବିତ । ସେବାୟତ ସୋମନାଥ ଖୁଂଟିଆଙ୍କୁ ନିଲମ୍ବନ କଲେ ମନ୍ଦିର ପ୍ରଶାସନ । ସିସିଟିଭି ଯାଂଚ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି । ବିଧାୟକ ଜୟନ୍ତ ଷଢ଼ଙ୍ଗୀଙ୍କ ସମେତ ସେବାୟତଙ୍କୁ ନୋଟିସ୍ କରିଥିଲା ପ୍ରଶାସନ । ତୁରନ୍ତ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଶାସନ ।

ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିରେ ୩୫ଟି ସର୍ତାବଳୀ ରହିଥିଲା । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ ସ୍ନାନଯାତ୍ରା ସମୟରେ ନୀତି ସହ ସମ୍ପୃକ୍ତ ସେବକମାନେ ହିଁ ମଣ୍ଡପକୁ ଯାଇପାରିବେ । କିନ୍ତୁ ଏହାକୁ ଉଲ୍ଲଙ୍ଘନ କରି ଅନେକ ଅଣସ୍ୱିକୃତ ସେବାୟତ ମଣ୍ଡପକୁ ଚଢିଥିଲେ । ଏପରିକି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ସେବା ନଥାଇ ସ୍ନାନମଣ୍ଡପ ଉପରକୁ ଏକାଧିକ ଥର ଚଢିଥିଲେ । ତେବେ ଏନେଇ ଜୟନ୍ତ ଷଢ଼ଙ୍ଗୀ କହିଛନ୍ତି ଏଭଳି ସର୍ତାବଳୀ ନେଇ ସେ ଜାଣିନଥିଲେ । ତାଙ୍କୁ ସେହି ସମୟରେ କାହିଁକି ବାରଣ କରାଗଲାନାହିଁ । ଏବଂ ସେ ବିଗ୍ରହଙ୍କୁ ସ୍ପର୍ଶ କରିନାହାଁନ୍ତି ।