ଫେସବୁକ ୟୁଜର ମାନଙ୍କ ପାଇଁ ନୂଆ ଉପହାର ! ଖୁବ ଶୀଘ୍ର ଆସିବ ଡିସଲାଇକ ବଟନ

47

ଫେସବୁକ ୟୁଜରଙ୍କ ପାଇଁ ଖୁସିର ଖବର । ଫେସବୁକ ଏବେ ଏମିତି ଫିଚର ଆଣୁଛି ଯାହାର ଅପେକ୍ଷା ଆପଣ ବର୍ଷ ବର୍ଷ ଧରି କରିଛନ୍ତିି । ଆପଣ ମଧ୍ୟ ସେହି ୟୁଜର ମାନଙ୍କ ମଧ୍ୟରୁ ଜଣେ ଯିଏ ଫେସବୁକରେ ଡିସଲାଇକ ବଟନ ଚାହାନ୍ତି । ଏବେ ଆପଣଙ୍କ ଏହି ଇଚ୍ଛା ବହୁତ ଯଲଦି ପୂରଣ ହେବାକୁ ଯାଉଛି । ଫେସବୁକ ଡିସଲାଇକ ବଟନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । କିନ୍ତୁ ଏହି ବଟନ ନ୍ୟୁଜ ଫିଲଡରେ ନୁହଁ କେବଳ ମେସେଞ୍ଜରରେ ରହିବ ।

ସୂଚନା ଅନୁସାରେ ମେସେଞ୍ଜରରେ ଡିସଲାଇକ ବଟନର ଫିଚର ଆଣିବା ପାଇଁ ପରୀକ୍ଷା ଆରମ୍ଭ କରିଛି ଫେସବୁକ । ଯେପରି ୟୁଜରମାନେ ଫେସବୁକ ପୋଷ୍ଟରେ ଲଭ, ହାହା, ଦୁଃଖୀ, ରାଗର ପରି ପ୍ରତିକ୍ରିୟା ଜାହିର କରୁଛନ୍ତି ଠିକ୍ ସେହିପରି ଫେସବୁକ ମେସେଞ୍ଜରରେ ମଧ୍ୟ ଲାଇକ, ଡିସଲାଇକ, ଲଭ, ସ୍ୟାଡ, ଆଙ୍ଗ୍ରୀ ଇମୋଜି ସାମିଲ ହେବାକୁ ଯାଉଛି । ମେସେଞ୍ଜରର ଯେଉଁ ମେସେଜରେ ଆପଣଙ୍କୁ ପ୍ରତିକ୍ରିୟା ଦେବାର ଅଛି ସେହି ମେସେଜକୁ କିଛି ସମୟ ଦବାଇ ରଖିବା ପାଇଁ ପଡିବ ।

ତା’ପରେ ଆପଣଙ୍କ ସାମ୍ନାରେ ଲାଇକ, ଡିସଲାଇକ,ଲଭ, ସ୍ୟାଡ, ଆଦି ଇମୋଜି ଆସିଯିବ । ଯଦି ଆପଣ କୌଣସି ବି ଗ୍ରୁପ ଚାର୍ଟରେ ଏହି ଇମୋଜିର ବ୍ୟବହାର କରିବା ପାଇଁ ଚାହିିୁଁଛନ୍ତି, ତେବେ ଆପଣଙ୍କ ପ୍ରତିକ୍ରିଆ ଗ୍ରୁପର ସମସ୍ତ ମେମ୍ବରଙ୍କୁ ଦେଖାଯିବ । ଡିସଲାଇକର ସବୁଠାରୁ ଅଧିକ ବ୍ୟବହାର ଗ୍ରୁପ ଚାର୍ଟ କରିବା ସମୟରେ ହୋଇପାରେ ବୋଲି ଆଶା କରାଯାଉଛି । ଗ୍ରୁପରେ ଯହି କୌଣସି ସଦସ୍ୟର କଥାରେ ଆପଣ ଆପତ୍ତି ଜଣାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଡିସଲାଇକ ବଟନ ବ୍ୟବହାର କରିପାରିବେ ।