ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ : ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ କଲା ସିବିଆଇ

333

କନକ ବ୍ୟୁରୋ : ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ । ସିବିଆଇ ଦ୍ବାରା ଗିରଫ ହେଲେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍ ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିବାର ସୂଚନା ମିଳିଛି । ଆଶୀର୍ବାଦଙ୍କୁ ତାଙ୍କ କଟକ ବାସଭବନରୁ ଆଜି ଗିରଫ କରିଛି ସିବିଆଇ ।

ଆଜି ଭୋରରୁ ଆଶିର୍ବାଦ ବେହରାଙ୍କୁ ଗିରଫ କରିଛି ସିବିଆଇ । ପାଖାପାଖି ୧୦ରୁ ୧୨ ଜଣିଆ ସିବିଆଇ ଟିମ୍ ଆଶୀର୍ବାଦଙ୍କ ବାସଭବନରେ ରେଡ଼୍ କରିଥିଲା । ପଚରାଉଚରା ପରେ ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ସିବିଆଇ । ପୂର୍ବରୁ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ଏକାଧିକ ବାର ଜେରାର ସମ୍ମୁଖୀନ ହୋଇଥିଲେ ଆଶିର୍ବାଦ ।
ସୂଚନାଯୋଗ୍ୟ ସିବିଆଇ ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲା ଏବଂ ଜେରା କରିଥିଲା । ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତହେଲେ ଖାରବେଳ ନଗର ଥାନା ପାଖରେ ଥିବା ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ । ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା । ଆଗରୁ କମଳାକାନ୍ତ ବି ଜେରାର ସମ୍ମୁଖୀନ ହୋଇଥିଲେ । ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍‌ ସହ ୪ଟି ଅତିରିକ୍ତ ଚାଜସିଟ୍‌ ଦାଖଲ କରିସାରିଥିବା କୁହାଯାଉଛି ।