କେଉଁ ବ୍ୟାରେଜରୁ କେତେ ପାଣି ଛାଡୁଛ ଜଣାଇବାକୁ ଦାବି କଲା ଓଡ଼ିଶା ! ମହାନଦୀ ଜଳ ବିବାଦ ପରେ ଆଜି ପ୍ରଥମ ଥର ଓଡ଼ିଶା-ଛତିଶଗଡ ମୁଖ୍ୟଯନ୍ତ୍ରୀଙ୍କ ମଧ୍ୟରେ ବୈଠକ ।

17

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡିଶା ଓ ଛତିଶଗଡ ମଧ୍ୟରେ ଆଲୋଚନା ହୋଇଛି । ସମ୍ବଲପୁର ବୁର୍ଲାଠାରେ ଉଭୟ ପକ୍ଷର ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ରହି ଏନେଇ ଆଲୋଚନା କରିଛନ୍ତି । ମହାନଦୀ ଅବବାହିକାରେ ଅବସ୍ଥିତ ବନ୍ଧଗୁଡିକର ଅବସ୍ଥା ନେଇ ବିଷଦ ଭାବେ ଆଲୋଚନା ହୋଇଛି । ଜଳଭଣ୍ଡାର ଗୁଡିକର ରକ୍ଷଣାବେକ୍ଷଣ ଓ ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । କେଉଁ ବ୍ୟାରେଜରୁ କେତେ ପାଣି ଛଡାଯାଉଛି ତାହା ଜଣାଇବାକୁ ଛତିଶଗଡକୁ ଦାବି କରିଛି ଓଡିଶା । ତେବେ ମହାନଦୀ ଜଳବିବାଦ ପରେ ଆଜି ପ୍ରଥମ ଥର ଓଡିଶା ଏବଂ ଛତିଶଗଡ ମୁଖ୍ୟଯନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଛି ।

ସେପଟେ ହୀରାକୁଦ ବନ୍ଧର ଉପରମୁଣ୍ଡରେ ଛତିଶଗଡ ରାଜ୍ୟରେ ଥିବା ସମସ୍ତ ଜଳଭଣ୍ଡାର ଗୁଡିକରୁ ନିଷ୍କାସିତ ହେଉଥିବା ଜଳର ପରିମାଣ ଓ ଏହା ସମୟ ହୀରାକୁଦ ବନ୍ଧ ଅଧିକାରୀଙ୍କୁ ଜଣାଇବା ପାଇଁ ଏହି ବୈଠକରେ ପ୍ରାଧାନ୍ୟ ଦିଆଯାଇଛି । ସେପଟେ କଲମା ବ୍ୟାରେଜରେ ଜଳ ନିଷ୍କାସନ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ ଛତିଶଗଡ ଜଳସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ । ତେବେ ଏହା ପ୍ରାଥମିକ ବୈଠକ ହୋଇଥିବା ବେଳେ ପରବର୍ତ୍ତୀ ବୈଠକ ଛତିଶଗଡରେ ହେବ ବୋଲି ଜଣାପଡିଛି ।