ଇଛାଧୀନ କୋଟା କେଳେଙ୍କାରୀ ପ୍ରସଙ୍ଗ: ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ

29

ଇଛାଧୀନ କୋଟା କେଳେଙ୍କାରୀ ନେଇ ଚାଲିଥିବା ତଦନ୍ତର ଆଜି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ, ଏକାଧିକ ପ୍ଲଟ, ଫ୍ଲାଟ ଆବଂଟନ ମାମଲାର ତଦନ୍ତ କରୁଥିବା ସଂସ୍ଥା ଓ ସଂପୃକ୍ତ ବିଭାଗର ଅଧିକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ । ଇଛାଧୀନ କୋଟା ପ୍ରସଙ୍ଗରେ ସରକାରଙ୍କ ପରବର୍ତୀ ପଦକ୍ଷେପ କଣ ରହିବ, ଏକାଧିକ ପ୍ଲଟ ଓ ଫ୍ଲାଟ ଆବଂଟନ ରଦ୍ଦ ନେଇ ସରକାର କେଉଁ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବେ ସେନଇ ଥିବା ଦ୍ୱନ୍ଦ୍ୱକୁ ଦୂର କରିବାକୁ ମୁଖ୍ୟତଃ ବୈଠକରେ ଆଲୋଚନା ହେବା ସୂଚନା ମିଳିଛି । ଏଭଳି ସ୍ଥିତିରେ ତଦନ୍ତ କେତେଦୂର ଆଗେଇଛି ସେ ନେଇ ମଧ୍ୟ ସମୀକ୍ଷା କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଡିଏ, ସିଡିଏ, ହାଉସିଂ ବୋର୍ଡ, ଭିଜିଲାନସ ଓ ଅର୍ଥ ବିଭାଗର ଅଧିକାରୀ ସାମିଲ ହେବେ । ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସପୃକ୍ତ ବିଭାଗ ଗୁଡିକୁ ଚିଠି ଲେଖି ତଦନ୍ତ ସଂପର୍କିତ ତଥ୍ୟ ଦେବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଇଛାଧୀନ କୋଟାରେ ପ୍ଲଟ ଓ ଫ୍ଲାଟ ନେଇଥିବା ୧୯୦୭ ଜଣଙ୍କ ମଧ୍ୟରୁ ୭୨୦ ଜଣଙ୍କୁ ନୋଟିସ ଜରି କରାଯାଇଛି । ତାଲିକାରେ ବହୁ ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ଇଛାଧୀନ କୋଟା କେଳେଙ୍କାରୀର ତଦନ୍ତ କରିବାକୁ ଗଠିବ ତାରା ଦତ କମିଟିର ରିପୋର୍ଟକୁ ରାଜ୍ୟ ସରକାର ୨୦୧୪ ଡିସେମ୍ବରରେ କ୍ୟାବିନଟେ ବୈଠକରେ ଗ୍ରହଣ କରିଥିଲେ । ୧୯୯୫ ପରଠାରୁ ଇଛାଧିନ କୋଟା ଏବଂ ଏକାଧିକ ପ୍ଲଟ ଓ ଫ୍ଲାଟ ବାତିଲ କରିବାକୁ ସୁପାରିଶ ଥିଲା । ତେବେ ଏହାରି ଭିତରେ ୧୬ ମାସ ବିତିଥିଲେ ବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ତେବେ ସମୀକ୍ଷା ବୈ÷ଠକରୁ ପଦକ୍ଷେପ ଗ୍ରହଣ କରିବା ନେଇ କଣ ନିର୍ଯ୍ୟାସ ବାହାରୁଛି, ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର ।