ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗର ନିଆରା ଉପାୟ : ହାତୀଙ୍କୁ ଜନବସତି ଓ ଚାଷ ଜମିରୁ ଦୂରେଇ ରଖୁଛି ଡିସ୍କୋ ଲାଇଟ୍

ହାତୀମାନଙ୍କୁ ଜନବସତିକୁ ପୂରାଇ ନଦେବାକୁ ବନ ବିଭାଗ ବଣ ଧାରରେ ୩୬୦ ଡିଗ୍ରି ବୁଲି ପାରୁଥିବା ପାର୍ଟି ଲାଇଟ୍ ସବୁ ଲଗାଇଛନ୍ତି।

140

କେରଳର ୱେୟାନାଡ୍ ଜିଲ୍ଲାରେ ଭଉଁରି ପକାଇବା ଭଳି ବହୁରଙ୍ଗୀ ଆଲୁଅ ପକାଉଥିବା ଲାଇଟ୍ ଏମିଟିଙ୍ଗ୍ ଡାୟଡ୍ (ଏଲଇଡି) ହାତୀ ଘଉଡ଼ାଇବା କାମରେ ଲାଗୁଛି। ହାତୀମାନଙ୍କୁ ଜନବସତିକୁ ପୂରାଇ ନଦେବାକୁ ବନ ବିଭାଗ ବଣ ଧାରରେ ୩୬୦ ଡିଗ୍ରି ବୁଲି ପାରୁଥିବା ପାର୍ଟି ଲାଇଟ୍ ସବୁ ଲଗାଇଛନ୍ତି।

ଅଧିକାରୀମାନେ କହୁଛନ୍ତି ଦକ୍ଷିଣ ୱେୟାନଡ୍ ବନଖଣ୍ଡର ଚେତାଲୟମ୍ ଅଞ୍ଚଳରେ ମଣିଷ ଓ ବନ୍ୟଜନ୍ତୁଙ୍କ ସଂର୍ଘଷ ଘଟୁଥିବା ସ୍ଥାନଗୁଡ଼ିକରେ ଲଗାଯାଇଥିବା ଏହି ଆଲୋକ ବଣୁଆ ହାତୀମାନଙ୍କୁ ସେସବୁ ସ୍ଥାନରୁ ଦୂରେଇ ରଖୁଛି। ସମ୍ପୃକ୍ତ ଅଞ୍ଚଳରେ ଏଲିଫ୍ୟାଣ୍ଟ୍ ପ୍ରୁଫ୍ ଟ୍ରେଞ୍ଚ୍, ଗ୍ରାନାଇଟ୍ ପ୍ରାଚିର ଏବଂ ସୌରଶକ୍ତି ପ୍ରବାହିତ ବାଡ଼ ମଧ୍ୟ ହାତୀମାନଙ୍କୁ ପ୍ରତିରୋଧ କରିବାରେ ବିଫଳ ହୋଇଥିଲା।

ଦକ୍ଷିଣ ୱେୟାନଡର ଡିଭିଜନାଲ୍ ଫରେଷ୍ଟ ଅଫିସର୍ ପି ରେଞ୍ଜିତ୍ କୁମାର କହନ୍ତି, “ଆମେ ସମ୍ପୃକ୍ତ ଅଞ୍ଚଳରେ ୧୪ଟି ବହୁରଙ୍ଗବିଶିଷ୍ଟ ଏଲଇଡି ଲାଇଟ୍ ୟୁନିଟ୍ ଲଗାଇଛୁ। ଧାନ ଅମଳ ସମୟ ହୋଇଥିଲେ ସୁଦ୍ଧା ହାତୀମାନେ ଆଉ ସେ ଅଞ୍ଚଳକୁ ଆସୁ ନାହାନ୍ତି” । ଅଜସ୍ କେ ନାମକ ଜଣେ କୃଷକ କହନ୍ତି, ଏଇ ଆଲୋକ ପ୍ରଭାବରେ ବନ୍ୟ ବରାହମାନେ ମଧ୍ୟ ବିଲକୁ ଆସୁ ନାହାନ୍ତି।