ରାଜ୍ୟରେ ରହିଛି ଗୁଡ ନିଉଜ ଡ୍ରିମ ହାଉସ ସେଲଟର ହୋମର ୨୩ଟି ଶାଖା ! ସବୁଠି ଚାଲେ ଡାର୍ଟି ଡାଡ଼ିଙ୍କ ହିଟଲରୀ ଶାସନ

207

କନକ ବ୍ୟୁରୋ : ଅନ୍ତେବାସୀଙ୍କ ସହ ଅସଦାଚାରଣ ଘଟଣାକୁ ନେଇ ଦିନକୁ ଦିନ ବିବାଦୀୟ ହେଉଛି ଗୁଡ ନିଉଜ ଡ୍ରିମ ହାଉସ ସେଲଟର ହୋମ । ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଗୁଡ ନିଉଜ ଡ୍ରିମ ହାଉସ ସେଲଟର ହୋମ । ଏହି ସଂସ୍ଥାର ୨୩ଟି ଶାଖା ରହିଛି । ବାଲେଶ୍ୱରରେ ୨ଟି, ବଲାଙ୍ଗୀର, ବରଗଡ, ବୈପାରିଗୁଡା, ବୌଦ୍ଧ, ଚନ୍ଦ୍ରଗିରି, କଟକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଂଜାମ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୟୁରଭଂଜ, ନବରଂଗପୁର, ପୁରୀ, ରାୟଗଡା, ସୋନପୁର, ସୁନ୍ଦରଗଡ, ଡିହିଡି, ଫୁଲନଖରାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି ।

Shelter

ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ସେଲଟର ହୋମ ରହିଛି । ପଶ୍ଚିମବଙ୍ଗର ଲୋଧା, ମିରିକ, ବାଲିଗରିଆ, ବାରାକାଟି, ଖେମାସୋଲ, ନିରିସିବେନି, ତୁଂଗ ଭଳି ୭ଟି ସ୍ଥାନରେ ଶାଖା ରହିଛି । ଛତିଶଗଡର ଜଗଦଲପୁରରେ ଗୋଟିଏ ରହିଛି । ଢେଙ୍କାନାଳ ବେଲଟିକିରି ଶାଖାରୁ ଅନ୍ତେବାସୀଙ୍କୁ ଯୌନ ଶୋଷଣ ନେଇ ଖବର ଆସିବା ପରେ ଅନ୍ୟ ଶାଖାର ପରିଚାଳକ ମାନେ ଫୟାଜ୍ ରେହେମାନଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଯେଉଁଠି ଫୟାଜ୍ ରେହେମାନଙ୍କୁ ବିରୋଧ କରିଛନ୍ତି ଶାଖା ପରିଚାଳକ ସେଠାରୁ ସେମାନଙ୍କୁ ବିନା ନୋଟିସରେ ଚାକିରିରୁ କାଢି ଦିଆଯାଇଥିବା ଅଭିଯୋଗ ହୋଇଛି ।