ଢ଼େଙ୍କାନାଳ ସେବାଶ୍ରମ କେଳେଙ୍କାରୀ : ସତ ଲୁଚାଇବା ପାଇଁ ପଡ଼ୁଥିଲା ଚାପ, ଶୁଣନ୍ତୁ କ’ଣ କହୁଛନ୍ତି ଅନ୍ତେବାସୀ . . .

362

କନକ ବ୍ୟୁରୋ : ଢ଼େଙ୍କାନାଳ ସେବାଶ୍ରମ କେଳେଙ୍କାରୀ ନେଇ ରୋଷେୟା ପରେ ମୁହଁ ଖୋଲିଛନ୍ତି ଅନ୍ତେବାସୀ । ଫୟାଜ ରେହମାନଙ୍କ ସହ ବିଦେଶୀମାନେ ଆସୁଥିଲେ ବୋଲି କହିଛନ୍ତି ଅନ୍ତେବାସୀ । ବିଦେଶୀମାନେ ସେଲଟର ହୋମକୁ ଆସି ବଡ଼ ବଡ଼ ଝିଅଙ୍କୁ ଡାକି କୁଣ୍ଢାଇ ଧରିବା ସହ ଜୋରଜବରଦସ୍ତି ଚୁମ୍ବନ ଦେଉଥିଲେ । ପ୍ରାୟ ଏକ ଏକ ସପ୍ତାହ ପୂର୍ବରୁ ଆସିଥିଲେ ବିଦେଶୀ ।

ସେମାନେ ଆସିଥିବା ସମୟରେ ଝିଅମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଥିଲେ । ତେବେ ଏକଥା ବାହାରେ ପ୍ରଘଟ ନକରିବା ପାଇଁ ଝିଅମାନଙ୍କ ଉପରେ ଚାପ ପକାଯାଉଥିଲା । ଏକଥା କେହି ପଚାରିଲେ ସିଧା ସିଧା ଖଣ୍ଡନ କରିବା ପାଇଁ ତାଙ୍କୁ କୁହାଯାଉଥିଲା । ଆଖି ଆଗରେ ଏପରି ଘଟଣା ହେଉଥିବାର ଦେଖିଥିଲା କହିଛନ୍ତି ଅନ୍ତେବାସୀ ।

ସୂଚନାଯୋଗ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଗୁଡ ନିଉଜ ଡ୍ରିମ ହାଉସ ସେଲଟର ହୋମ । ଏହି ସଂସ୍ଥାର ୨୩ଟି ଶାଖା ରହିଛି । ବାଲେଶ୍ୱରରେ ୨ଟି, ବଲାଙ୍ଗୀର, ବରଗଡ, ବୈପାରିଗୁଡା, ବୌଦ୍ଧ, ଚନ୍ଦ୍ରଗିରି, କଟକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଂଜାମ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୟୁରଭଂଜ, ନବରଂଗପୁର, ପୁରୀ, ରାୟଗଡା, ସୋନପୁର, ସୁନ୍ଦରଗଡ, ଡିହିଡି, ଫୁଲନଖରାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ସେଲଟର ହୋମ ରହିଛି ।

ପଶ୍ଚିମବଙ୍ଗର ଲୋଧା, ମିରିକ, ବାଲିଗରିଆ, ବାରାକାଟି, ଖେମାସୋଲ, ନିରିସିବେନି, ତୁଂଗ ଭଳି ୭ଟି ସ୍ଥାନରେ ଶାଖା ରହିଛି । ଛତିଶଗଡର ଜଗଦଲପୁରରେ ଗୋଟିଏ ରହିଛି । ଢେଙ୍କାନାଳ ବେଲଟିକିରି ଶାଖାରୁ ଅନ୍ତେବାସୀଙ୍କୁ ଯୌନ ଶୋଷଣ ନେଇ ଖବର ଆସିବା ପରେ ଅନ୍ୟ ଶାଖାର ପରିଚାଳକ ମାନେ ଫୟାଜ୍ ରେହେମାନଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଯେଉଁଠି ଫୟାଜ୍ ରେହେମାନଙ୍କୁ ବିରୋଧ କରିଛନ୍ତି ଶାଖା ପରିଚାଳକ ସେଠାରୁ ସେମାନଙ୍କୁ ବିନା ନୋଟିସରେ ଚାକିରିରୁ କାଢି ଦିଆଯାଇଥିବା ଅଭିଯୋଗ ହୋଇଛି ।