୯ ଦିନରେ ଲେଖା ହୋଇଥିଲା ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’ର କାହାଣୀ

55

1ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍ ’ର ସୁଟିଂ ଆରମ୍ଭ ଦିନ ଠାରୁ ଖୁବ୍ ଚର୍ଚ୍ଚାରେ । ଏହାର ସୁମଧୁର ଗୀତ ଓ ଏଥିରେ ଥିବା ରୋମାଂଚକର ଦୃଶ୍ୟ ଏ ଫିଲ୍ମର ପ୍ଲସ୍ ପଏଂଟ ସାଜିଛି । ବଲିଉଡର ଲୋକପ୍ରିୟ ନିର୍ଦେଶକ କରଣ ଜୋହର କହିଛନ୍ତି ସେ ୯ ଦିନରେ ଏହି ଫିଲ୍ମ ‘ ଏ ଦିଲ୍ ହୈ ମୁସ୍କିଲ୍ ’ର କାହାଣୀ ଲେଖିସାରିଥିଲେ ।

ଅନୁଷ୍କା ଶର୍ମା ,ରଣବୀର କପୁର ,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ପାକିସ୍ଥାନୀ କଳାକାର ଫୱାଦ ଖାନ ଅଭିନୀତ ଏହି ଫିଲ୍ମ ୨୮ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ।

ଜିଓ ମାମିର ୧୮ତମ ମୁମ୍ବାଇ ଫିଲ୍ମ ମହୋତ୍ସବରେ ନିର୍ଦେଶକ କରଣ ଜୋହର ସେୟାର କରିଛନ୍ତି , ଫିଲ୍ମ ସହ ଯୋଡି ହୋଇଥିବା ପରଦା ପଛର ସେହି ଛୋଟ ଛୋଟ କଥା । ନ୍ୟୁ ୟର୍କର ଗଳିରେ ବୁଲୁଥିବା ବେଳେ ଏମିତି ଏକ କାହାଣୀର ସୂତ୍ରପାତ ହୋଇଥିଲା ମନରେ । ଏକ ତରଫା ପ୍ରେମ କରୁଥିବା ବ୍ୟକ୍ତିର ବ୍ୟଥିତ ହୃଦୟକୁ ଅନୁଭବ କରିଥିଲେ କରଣ । ଆଉ ସେଇଠୁ ଆରମ୍ଭ କରିଥିଲେ ଆଗାମୀ ଫିଲ୍ମ ‘ ଏ ଦିଲ୍ ହୈ ମୁସ୍କିଲ୍ ’