ଡାକ୍ତରଖାନାରେ ଡ୍ୟୁଟି, ରୋଗୀ ଦେଖୁଛନ୍ତି ଘରେ ! ଷ୍ଟିଙ୍ଗ୍ ଅପରେସନ୍ କରି ଡାକ୍ତରଙ୍କୁ ଧରିଲେ ନିର୍ଦ୍ଦେଶକ

28

କନକ ବ୍ୟୁରୋ : ସରକାରଙ୍କଠୁ ଦରମା ନେଇ ଘରେ କରୁଛନ୍ତି ରୋଗୀ ସେବା । ଷ୍ଟିଙ୍ଗ ଅପରେସନରେ ଧରାପଡିଲା ଡାକ୍ତରଙ୍କ ସତ । ଷ୍ଟିଙ୍ଗ୍ ଅପରେସନରେ ଧରାପଡିଛନ୍ତି ଅସ୍ତିଶଲ୍ୟ ବିଭାଗର ଆସିଷ୍ଟାଂଟ୍ ପ୍ରଫେସର୍ । ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇ ଜଣ ଡାକ୍ତରଙ୍କ ଷ୍ଟିଙ୍ଗ୍ ଅପରେସନକୁ କଏଦ୍ କରିଛନ୍ତି ଖୋଦ୍ ବୁର୍ଲା ମେଡିକାଲ କଲେଜ ନିର୍ଦ୍ଦେଶକ । ଖାଲି ସେତିକି ନୁହେଁ । ଘରେ ଚଢ଼ା ଫି ନେଇ ରୋଗୀ ଦେଖୁଥିବା ଡାକ୍ତର ଗୌତମ ଶତପଥୀ କହୁଛନ୍ତି-ପଇସା କ’ଣ ହେବ । ପଇସା ପାଇଁ ସେ ରୋଗୀ ଦେଖୁ ନାହାଁନ୍ତି ।

ଖୋଲାଖୋଲି ନିୟମର ଉଲଂଘନ କରୁଥିବା ଡାକ୍ତରଙ୍କ ବିରୋଧରେ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । କେଉଁ ପରିସ୍ଥିତିରେ ଡ୍ୟୁଟି ଛାଡ଼ି ଘରେ ରୋଗୀ ଦେଖୁଥିଲେ ସେ ନେଇ ତାଙ୍କୁ ଜବାବ୍ ରଖିବାକୁ ନୋଟିସ୍ କରିଛନ୍ତି କର୍ତ୍ତୃପକ୍ଷ ।

ଦ୍ୱିତୀୟ ଥର ପାଇଁ ଏଭଳି ଏକ ଷ୍ଟିଙ୍ଗର ଚିତ୍ର ସାମ୍ନାକୁ ଆସିଛି । ଗତ ସୋମବାର ବୁର୍ଲା ମେଡିକାଲର ରେଡିଓଲୋଜି ବିଭାଗର ସିନିଅର ଆସୋସିଏଟ ପ୍ରଫେସର ବ୍ରଜ ବିହାରୀ ପଣ୍ଡା, ଡ୍ୟୁଟି ସମୟରେ ହସ୍ପିଟାଲ ଛାଡି ବୁର୍ଲାର ଏକ ଘରୋଇ ନରସିଂହୋମରେ ଅଲଟ୍ରା ସାଉଣ୍ଡ କରୁଥିଲୋ ଭିମସାର ନିର୍ଦ୍ଦେଶକ ଫୋନ କରିବାରୁ କହିଥିଲେ ବଜାରେ ଅଛନ୍ତି । ହେଲେ ନରସିଂହୋମଙ୍କୁ ଯାଇ ସତ୍ୟତା ପରଖି ଡାକ୍ତରଙ୍କ ମିଛ ଧରିଥିଲେ ଭିମସାର ନିର୍ଦ୍ଦେଶକ ।