ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର ବନିଲେ ବିଗ ବସ -୧୨ର ବିଜେତା  : ଫାଇନାଲରେ ଶ୍ରୀଶାନ୍ତଙ୍କ ସହ ହେଲା କଡା ଟକ୍କର

352

ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର ବିଗ ବସ ସିଜନ-୧୨ର ବିଜୟିନୀ ହୋଇଛନ୍ତି । ଗତକାଲି ରାତିରେ ବିଗ ବସ ଗ୍ରାଣ୍ଡ ଫିନାଲେ ସୋରେ ସୁପରଷ୍ଟାର ସଲମାନ ଖାନ ଦୀପିକାଙ୍କୁ ବିଜୟିନୀ ଘୋଷଣା କରିଥିଲେ । ଫାଇନାଲରେ ଦୀପିକା ଏବଂ ଶ୍ରୀଶାନ୍ତଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ଦୀପିକା ଶ୍ରୀଶାନ୍ତଙ୍କୁ ପଛରେ ପକାଇ ବାଜି ମାରିଛନ୍ତି । ଦୀପିକା ଏବେ ବିଗ ବସ ସିଜିନ-୧୨ ଟ୍ରଫି ଏବଂ ୩୦ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ଶ୍ରୀଶାନ୍ତ ଏହି ସିଜିନର ଉପ-ବିଜେତା ହୋଇଛନ୍ତି ।

ଶ୍ରେଷ୍ଠ ୫ ପ୍ରତିଯୋଗୀଙ୍କ ମଧ୍ୟରେ ଦୀପିକା ଓ ଶ୍ରୀଶାନ୍ତଙ୍କ ବ୍ୟତୀତ ରୋମିଲ ଚୌଧୁରୀ, କରନ୍ ବୀର ବୋହରା ଏବଂ ଦୀପକ ଠାକୁର ରହିଥିଲେ। ବିଗ ବସ୍ ଘରେ ପ୍ରତିଯୋଗୀ ମାନେ ୧୦୫ଦିନ ପର୍ଯ୍ୟନ୍ତ ଦର୍ଶକଙ୍କ ଖୁବ୍ ମନୋରଂଜନ କରିଥିଲେ । ‘ବିଗ ବସ୍ ୧୨’ର ଗ୍ରାଣ୍ଡ ଫିନାଲେ ଶୋରେ ହୋଷ୍ଟ ଦବଙ୍ଗ ସଲମାନ ଖାନ ୫ଜଣ ଫାଇନାଲିଷ୍ଟ ଶ୍ରୀଶାନ୍ତ, ଦୀପିକା କକ୍କର, କରନ୍ ବୀର ବୋହରା, ଦୀପକ ଠାକୁର,  ରୋମିଲ ଚୌଧୁରୀଙ୍କ ସହ ନିଜ ଗୀତରେ ଡାନ୍ସ କଲେ । ଦୀପକ ଓ ସୋମି ଖାନ ମଧ୍ୟ ଏକ ଲଭ୍ ସଙ୍ଗରେ ଡାନ୍ସ କଲେ ।