ଘୋଡା ୬ ଟଙ୍କାକୁ ଦାନା ୯ଟଙ୍କା : ବିଏମଡବ୍ଲୁ କାର୍ ଫେରାଇବେ ଅଲିମ୍ପିୟାନ ଦୀପା କର୍ମକାର

47

ବିଏମଡବ୍ଲୁ କାର୍ ଫେରାଇବେ ଅଲିମ୍ପିୟାନ ଦୀପା କର୍ମାକର । ଏହି ଲଗଜୁରି କାରକୁ ମେଂଟେନ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ତ୍ରିପୁରା ଅଗରତାଲାରେ ବିଏମଡବ୍ଲୁର କୌଣସି ଶୋ-ରୁମ୍ ନାହିଁ । ସେହିପରି ଏହି ଲଗଜୁରି ଗାଡି ଗଡିବା ପାଇଁ ଅଗରତାଲାର ରାସ୍ତା ଉପଯୁକ୍ତ ନୁହେଁ । ତେଣୁ ହାଇଦ୍ରାବାଦ ଜିଲ୍ଲା ବ୍ୟାଡମିଂଟନ ସଂଘ ଉପହାର ଦେଇଥିବା ବିଏମଡବ୍ଲୁ କାରଟିକୁ ଫେରାଇ ଦେବାପାଇଁ ତାଙ୍କ ପରିବାର ନିଷ୍ପତି ନେଇଥିବା କହିଛନ୍ତି ଦୀପା ।

ଏପରିକି କାର ପରିବର୍ତେ ଏ ବାବଦ ଅର୍ଥ ଦିଆଗଲେ ସେ ଗ୍ରହଣ କରିବାକୁ ରାଜିଥିବା କହିଛନ୍ତି । ରିଓ ଅଲିମ୍ପିକ୍ସରେ ଜିମ୍ନାଷ୍ଟ ଦୀପା କର୍ମାକରଙ୍କ ଲଢୁଆ ପ୍ରଦର୍ଶନ ପରେ ତାଙ୍କୁ ଏହି ବିଏମଡବ୍ଲୁ କାର ଉପହାର ଦିଆଯାଇଥିଲା । ମହିଳା ଭୋଲ୍ଟ ଇଭେଂଟରେ ଚତୁର୍ଥ ସ୍ଥାନରେ ରହିଥିଲେ ବି ତାଙ୍କ ପ୍ରଦର୍ଶନକୁ ଚାରିଆଡୁ ପ୍ରଶଂସା କରାଯାଇଥିଲା ।

ରିଓରେ ଭାରତୀୟ ପ୍ରତିଯୋଗୀଙ୍କ ଗୁଡୱିଲ ଆମ୍ବାସାଡର ଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ଉପହାର ଦେଇଥିଲେ । ଅଗଷ୍ଟ ୨୮ ତାରିଖରେ ପ୍ରାୟ ୩୦ ଲକ୍ଷ ଟଙ୍କାର କ୍ରସ ଓଭର ବିଏମଡବ୍ଲୁ- ଏକ୍ସ ୱାନ ଏସ ଗାଡିର ଚାବି ପ୍ରଦାନ କରିଥିଲେ ସଚିନ ।