ରିଓରେ କମାଲ କଲେ ଦୀପା କର୍ମାକର

109

source-.indianexpress.com

ରିଓରେ କମାଲ କରିଛନ୍ତି ଜିମନାଷ୍ଟ ଦୀପା କର୍ମାକର । ପ୍ରଥମ ଭାରତୀୟ ଭାବେ ଜିମନାଷ୍ଟିକର ବ୍ୟକ୍ତିଗତ ଭଲ୍ଟ ଇଭେଂଟରେ ଫାଇନାଲକୁ ଯାଇଛନ୍ତି । ଦୀପାଙ୍କର ଏହା ପ୍ରଥମ ଅଲିମ୍ପିକ ପ୍ରତିଯୋଗୀତା । ତ୍ରିପୁରାର ଏହି ଝିଅ ଅଗଷ୍ଟ ୧୪ରେ ଫାଇନାଲ ମେଡାଲ ପାଇଁ ରିଓ ମଇଦାନକୁ ଓହ୍ଲାଇବେ। ଫାଇନାଲ ଲଢେଇରେ ୮ ଜଣଙ୍କୁ କଡା ଟକ୍କର ଦେବେ ଦୀପା ।

source- rediff.com

ତେବେ କ୍ୱାଲିଭାଇଂ ଇଭେଂଟରେ ଦୀପା ଦ୍ୱିତୀୟ ଚେଷ୍ଟାରେ ‘ପ୍ରୋଡୁନୋଭା ଭଲ୍ଟ’ରେ ଚମତ୍କାର ପ୍ରଦର୍ଶନ ଦେଖାଇ ୧୪ ଦଶମିକ ୮୫୦ ପଏଂଟ ହାସଲ କରି ଫାଇନାଲକୁ ଯାଇଛନ୍ତି । ଦୀପା ଏହି ରାଉଣ୍ଡରେ ପ୍ରଥମ ଚେଷ୍ଟାରେ ୮ ଦଶମିକ ୧ ପଏଂଟ ହାସଲ କରିଥିବା ବେଳେ ଦ୍ୱିତୀୟ ଚେଷ୍ଟାରେ ଆଉ ୬ ପଏଂଟ ହାସଲ କରି ଫାଇନାଲିଷ୍ଟଙ୍କ ମଧ୍ୟରେ ନିଜର ସ୍ଥାନ ପକା କରିଛନ୍ତି । ତେବେ ଜିମନାଷ୍ଟିକ୍ ବ୍ୟକ୍ତିଗତ ଭଲ୍ଟ ଇଭେଂଟ ଫାଇନାଲ ତାଲିକାର ଶୀର୍ଷରେ ଅଛନ୍ତି । ପୂର୍ବରୁ ଦୀପା ପ୍ରଥମ ମହିଳା ଜିମନାଷ୍ଟ ,ଯିଏ କମନ ୱେଲଥ ମେଡାଲ ମଧ୍ୟ ହାସଲ କରିଛନ୍ତି । ଏସିଆନ୍ ଜିମନାଷ୍ଟିକ ଚାମ୍ପିଅନସିପରେ ମଧ୍ୟ ବ୍ରୋଂଜ ପଦକ ହାସଲ କରିଥିଲେ ଦୀପା ।