ଗଂଜାମ କବିସୁର୍ଯ୍ୟନଗରରେ ଅଘଟଣ ! ଡିନାମାଇଟ୍ ଲଗାଇ ପାହାଡ ଫୁଟାଇବା ବେଳେ ଭୁଶୁଡିଲା ପଥର, ୩ ମୃତ

44

କନକ ବ୍ୟୁରୋ : ଗଂଜାମ ଜିଲା କବିସୁର୍ଯ୍ୟନଗର ନାଚୁଣିବାଡି ଗାଁ ନିକଟରେ ପାହାଡ ଫୁଟାଇବା ସମୟରେ ଡିନାମାଇଟ ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇ ଆସିକା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । କବିସୁର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଭାଟଖାଲି ପାହାଡରେ ଡିନାମାଇଟ ଲଗାଇ ପାହାଡ ଫୁଟାଇବାକୁ ଯୋଜନା କରୁଥିବାବେଳେ ହଠାତ୍ ଡିନାମାଇଟ ଫୁଟିଯାଇଥିଲା । ଯାହାଫଳରେ ଏହି ଅଘଟଣ ଘଟିଥିଲା ।