ବ୍ରାହ୍ମଣୀ ବାବଦରେ ଦିଲ୍ଲୀପଙ୍କ ଆର୍ଟିକିଲକୁ ନେଇ ଚର୍ଚ୍ଚା : କହିଲେ ଝାରଖଣ୍ଡ ଉପରମୁଣ୍ଡାରେ ଡ୍ୟାମ ଦ୍ୱାରା ବିପର୍ଯ୍ୟସ୍ତ ହେବ ଅର୍ଥନୀତି

31

କନକ ବ୍ୟୁରୋ : ବ୍ରାହ୍ଣଣୀ ନଦୀ ବାବଦରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ସ୍ତମ୍ଭକୁ ନେଇ ଚର୍ଚ୍ଚା । ଏକ ଦୈନିକ ଖବରକାଗଜରେ ଆଜି ଏ ନେଇ ଏକ ସ୍ତମ୍ଭ ପ୍ରକାଶ ପାଇଛି । ଏଥିରେ ବ୍ରାହ୍ଣଣୀ ନଦୀର ଉପର ମୁଣ୍ଡରେ ଝାଡଖଣ୍ଡ ସରକାରଙ୍କ ଦ୍ୱାରା ତିଆରି ହେଉଥିବା ଡ୍ୟାମ ଓ ବ୍ୟାରେଜକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀପ । ରାଜ୍ୟ ସରକାର ଏ ବାବଦରେ ତୁରନ୍ତ ହସ୍ତକ୍ଷେପ କରି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ଦାବି କରିଛନ୍ତି ।

ସ୍ତମ୍ଭରେ ଦିଲ୍ଲୀପ ଲେଖିଛନ୍ତି , ଡ୍ୟାମ ଓ ବ୍ୟାରେଜଦ୍ୱାରା ବ୍ରାହ୍ଣଣୀ ନଦୀ ମୃତ ନଦୀରେ ପରିଣତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଏହାଦ୍ୱାରା ବ୍ରାହ୍ଣଣୀ ଅବବାହିକାରେ ଅର୍ଥନୀତି ବି ବିପର୍ଯ୍ୟସ୍ତ ହେବ । ଏ କ୍ଷେତ୍ରରେ ଓଡିଶା-ଝାଡଖଣ୍ଡ ମଧ୍ୟରେ କୌଣସି ନଦୀଜଳ ରାଜିନାମା ହୋଇନାହିଁ । ଝାଡଖଣ୍ଡର ପଦକ୍ଷେପ ଦ୍ୱାରା ଜାତୀୟ ଜଳ ପରିଚାଳନା ନିୟମ-୨୦୧୨ର ବ୍ୟତିକ୍ରମ ଦେଖାଦେଇଛି । ଏ ନେଇ ଝାଡଖଣ୍ଡ ସରକାର ଓଡିଶା ସରକାରଙ୍କ ସହ କୌଣସି ଆଲୋଚନା କରିନାହାନ୍ତି । ତେଣୁ ତୁରନ୍ତ ରାଜ୍ୟ ସରକାର ଏ ବାବଦରେ ହସ୍ତକ୍ଷେପ କରନ୍ତୁ ।

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ସର୍ବସମ୍ମତ ପ୍ରସ୍ତାବ ପାସ କରାଯାଉ । ସେହିଭଳି ବ୍ରାହ୍ଣଣୀ ନଦୀ ସମ୍ପର୍କରେ ହାଇକୋର୍ଟରେ ହୋଇଥିବା ଆବେଦନ ଉପରେ ସରକାର ବରିଷ୍ଠ ତଥ୍ୟ ଉପସ୍ଥାପନ କରିବାକୁ ଦିଲ୍ଲୀପ ରାୟ ଦାବି କରିଛନ୍ତି । ନଦୀଜଳ ରାଜିନାମାର ଆବଶ୍ୟକତାକୁ କିପରି ଓ କାହିଁକି ରାଜ୍ୟ ସରକର ପ୍ରାଥମିକତା ଦେଇନାହାନ୍ତି ତାହା ଏକ ବିରାଟ ପ୍ରଶ୍ନବାଚୀ ଠିଆ କରିଛି ବୋଲି ଦିଲ୍ଲୀପ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –