ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଉରକେଲା ବିଧାୟକ ! ମୋଦି ଭୁଲି ଯାଇଥିବା ପ୍ରତିଶ୍ରୁତି ମନେ ପକେଇଲେ ଦିଲ୍ଲୀପ ରାୟ

41

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ବିଜେପି ନେତା ଦିଲ୍ଲୀପ ରାୟ । ରାଉରକେଲା ବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ପୂର୍ବ ପ୍ରତିଶ୍ରୁତି ମନେ ପାକାଇଦେଇଛନ୍ତି ଦିଲ୍ଳୀପ । ଆଇଜିଏଚକୁ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା ସହ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏପ୍ରିଲ ୫, ୨୦୧୪ ଓ ପରେ ଏପ୍ରିଲ ୧,୨୦୧୫ରେ ମୋଦି ଦେଇଥିବା ପ୍ରତିଶୃତି ପାଳନ କରାଯାଇନାହିଁ ବୋଲି ଦିଲ୍ଲୀପ ରାୟ କହିଛନ୍ତି ।

ବ୍ରାହ୍ମଣୀ ସେତୁ ଓ ଆଇଜିଏଚର କାମ କେତେ ଆଗେଇଛି ସେ ନେଇ ଖଣି ମନ୍ତ୍ରୀଙ୍କ ସମେତ ନୀତିନ ଗଡକରି, ବନ୍ଦାରୁ ଦତାତ୍ର୍ରେୟ, ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ବିଭିନ୍ନ ସମୟରେ ସାକ୍ଷାତ କରିଥିଲେ ବି କାମ ଆରମ୍ଭ ହୋଇନାହିଁ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତିଶୃତିର ୨ବର୍ଷ ବିତିଥିଲେ ମଧ୍ୟ ବ୍ରାହ୍ମଣୀ ସେତୁ ନିର୍ମାଣ କାମ ଓ ଆଇଜିଏଚକୁ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା କାମ ଆରମ୍ଭ ହୋଇନି ।

ଏପରିକି ଆଇଜିଏଚରେ ପୂର୍ବରୁ ୧୦୭ଜଣ ଡାକ୍ତର ଥିବାବେଳେ ବରିଷ୍ଠ ଡାକ୍ତରଙ୍କ ଅବସର ପରେ ଏବେ ୯୯ ଜଣ ଡାକ୍ତର ଅଛନ୍ତି । ତେବେ ଅଭିଜ୍ଞ ଡାକ୍ତର ନଥିବାରୁ ରୋଗୀମାନେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଥିବା ଦିଲ୍ଲୀପ ରାୟ କହିଛନ୍ତି ।