ଆଗ ମାଟି ତା’ପରେ ପାର୍ଟି! ଆଇ.ଜି.ଏଚ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ପାଇଁ କେନ୍ଦ୍ର ଅନୁଦାନକୁ ଭର୍ତ୍ସନା କଲେ ଦିଲ୍ଲୀପ ।

39

ଆଇ.ଜି.ଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ୧୦ କୋଟି ଟଙ୍କା ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାସହ ରାଉରକେଲା ଷ୍ଟିଲ ଅଥୋରିଟୀ ଅଫ ଇଣ୍ଡିଆ ଲିମିଟେଡ (ସେଲ) ଅଧିନରେ ଥିବା ହସ୍ପିଟାଲରେ ଖାଲି ପଡିଥିବା ଡାକ୍ତର ପଦବୀ ଚୁକ୍ତିଭିତିକ ଭାବରେ ପୂରଣ ହେବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞ୍ୟପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ ଗୋଟିଏ ପଟେ ବିଜେପି ରାଉଲକେଲା ବାସୀଙ୍କ ହୃଦୟ ଜିଣିବାକୁ ଚାହୁଁଥିବା ବେଳେ ଏଥିରେ ପାଣି ପକାଇଛନ୍ତି ରାଉରକେଲା ବିଜେପି ବିଧାୟକ ଦିଲ୍ଲୀପ ରାୟ ।

ଗତ କିଛି ବର୍ଷ ହେବ ସେଲ ଅନ୍ତର୍୍ତ ରାଉରକେଲା ଆଇ.ଜି.ଏଚ ଏବଂ ଦେଶରେ ସମସ୍ତ ଡକ୍ତରଖାନା ମାନଙ୍କରେ ଡାକ୍ତରୀ ପଦବୀ ଖାଲି ରହି ଆସିଛି । ଯାହାକୁ ନେଇ ଲୋକମାନେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଦୃଷ୍ଟିକୁ ଆଣିଥିଲେ । ତେଣୁ ଜୁଏଲ ଏହାର ଆବଶ୍ୟକତାକୁ ଅନୁଭବ କରି କେନ୍ଦ୍ର ଇସ୍ପାତମନ୍ତ୍ରୀ ବୀରେନ୍ଦ୍ର ସିଂହଙ୍କ ସହିତ ଆଲୋଚନା କରିଥିଲେ । ଫଳରେ କେନ୍ଦ୍ର ଇସ୍ପାତମନ୍ତ୍ରଣାଳୟ ତରଫରୁ ବିଜ୍ଞ୍ୟପ୍ତି ଦ୍ୱାରା ୧୦ କୋଟି ଟଙ୍କା ମଞ୍ଜୁର କରି ଖୁବ ସମସ୍ତ ସମସ୍ୟା ଦୁର କରିବେ ବୋଲି ଉଲ୍ଲେଖ ରହିଛି । ପୂର୍ବରୁ ଆଇ.ଜି.ଏଚ ହସ୍ପିଟାଲରେ ୧୫୦ ଡାକ୍ତର ପଦବୀରୁ ୭୫ଟି ପଦବୀ ଖାଲି ପଡିଥିଲା । ଏହାକୁ ତୁରନ୍ତ ପୂରଣ କରିବା ସହ କେନ୍ଦ୍ର ସରକାରୀ ଡାକ୍ତରମାନଙ୍କ କାର୍ଯ୍ୟକଳାପ ବୟସସୀମା ୬୦ରୁ ୬୫ କୁ ବୃଦ୍ଧି କରିଛନ୍ତି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ଭୂୟଶୀ ପ୍ରସଂଶା କରିଥିବା ବେଳେ ସ୍ଥାନୀୟ ବିଜେପି ବିଧାୟକ ଜୁଏଲଙ୍କ ସହିତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ସମାଲୋଚନା କରି ଦିଲ୍ଲୀପ କହିଛନ୍ତି କେନ୍ଦ୍ର ସରକାର ସେତୁ ଆରମ୍ଭ ହେଲା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଏଭଳି ବାରମ୍ବାର ପ୍ରତିଶ୍ରୁତି ଦେଉଥିବା ସରକାର ଯେ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ତାହାକୁ ବିଶ୍ୱାସ କରିହେବ ନାହିଁ । ଏବଂ ଦରକାର ପଡିଲେ ସ୍ଥାନୀୟ ଲୋକେ ଆଗାମୀ ନିର୍ବାଚନରେ ଉଚିତ୍ ଦେବେ ବୋଲି ପରୋକ୍ଷରେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି ଦିଲ୍ଲୀପ । ଏହାସହ ଜୁଏଲଙ୍କୁ କଟାକ୍ଷ କରି କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଜୁଏଲ ପାର୍ଟି ପାଇଁ କାର୍ଯ୍ୟ କରୁଛନ୍ତି ମୁଁ ମାଟି ସହିତ ଅଛି ଆଉ ମାଟି ପାଇଁ ହିଁ କାର୍ଯ୍ୟ କରିବି । ଦିଲ୍ଲୀପଙ୍କର ଏଭଳି ମନ୍ତବ୍ୟରୁ ରାଜନୈିତିକ ମହଲରେ ଦିଲ୍ଲୀପଙ୍କ ଗତିବିଧି କେଉଁ ଦଳକୁ ଡେଇଁବାର ଅଙ୍ଗଭଙ୍ଗୀକୁ ଦର୍ଶାଉନି ତ ତାକୁ ଚର୍ଚ୍ଚା ଜୋର ଧରିଛିି ।