ମୋଦିଙ୍କୁ ଦିଲ୍ଲୀପଙ୍କ କୃତଜ୍ଞତା ! ତ୍ୱରାନ୍ୱିତ ହେଲା ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ଆଗକୁ ବଢିଲା ଆଇଜିଏଚ୍ ସୁପର ସ୍ପେଶାଲିଟି ହସ୍ପିଟାଲ ।

3,944

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ଦିଲ୍ଲୀପ ରାୟ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଦୁଇଟି ପ୍ରମୁଖ ଦାବି ବ୍ୟତୀତ ଏୟାରପୋର୍ଟ, ସ୍ମାର୍ଟସିଟି ଓ ପାସପୋର୍ଟ ସେବାକେନ୍ଦ୍ର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବିନା ପ୍ରତିଶ୍ରୁତିରେ କେନ୍ଦ୍ର ସରକାର ରାଉରକେଲାବାସୀଙ୍କୁ ଦେଇଛନ୍ତି ବୋଲି କହିଛନ୍ତି ଦିଲ୍ଲୀପ ରାୟ ।