ହୋଇପାରିଲାନି ମାନଭଂଜନ : ବିକାଶ ପର୍ବ ବର୍ଜନ କରି ରାଉରକେଲା ଛାଡି କୋଲକ।ତା ଗଲେ ଦିଲ୍ଲୀପ ରାୟ

23

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ସବୁ ଉଦ୍ୟମ ଫେଲ ମାରିଲା । ବିଭିନ୍ନ ସ୍ତରର ନେତା ଓ ମନ୍ତ୍ରୀ ଯେତେ ବୁଝାଇଲେ ବି ହେଲାନାହିଁ । ଶେଷରେ ବିକାଶ ପର୍ବକୁ ବର୍ଜନ କରି ରାଉରକେଲା ଛାଡି କୋଲକାତା ପଳାଇଛନ୍ତି ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ । କାଲି ସଂଧ୍ୟାରେ ସମଲେଶ୍ୱରୀ ଏକ୍ସପ୍ରେସରେ ସେ କୋଲକାତା ଚାଲିଯାଇଛନ୍ତି । ଦିଲ୍ଲୀପ ରାୟଙ୍କ ମାନଭଂଜନ ପାଇଁ ବିଜେପିର ଛାମୁଆ ନେତାଙ୍କ ସମସ୍ତ ଉଦ୍ୟମ ଫସରଫାଟି ଯାଇଛି । ବିକାଶ ପର୍ବ ପାଇଁ ହୋଇଥିବା ପ୍ରସ୍ତୁତି ବୈଠକରେ ବି ସାମିଲ ହୋଇଥିଲେ ଦିଲ୍ଲୀପ ରାୟ । କିନ୍ତୁ ସରକାର ତାଙ୍କ ବିଧାନସଭା ଅଂଚଳ ପାଇଁ କରିଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ସେ କ୍ଷୁବ୍ଧ ଥିବା ଜଣାପଡିଛି।