ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆସିଲା ସୁଧାର ! ଚଉକିରେ ବସି କଲେ ମଧ୍ୟାହ୍ନ ଭୋଜନ

21

ଦିଲୀପ କୁମାରଙ୍କ ପ୍ରଶଂକଙ୍କ ପାଇଁ ଖୁସି ଖବର । ସୂଚନା ଅନୁସାରେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ବୁଧବାର ମୁମ୍ବାଇ ଲୀଲାବତୀ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଦିଲୀପ୍ । କିଡ଼ନୀ ଜନିତ ସମସ୍ୟା ଯୋଗୁଁ ଦିଲୀପଙ୍କ ହେମୋଗ୍ଲୋବିନର ପରିମାଣ କମିଯାଇଥିଲା । ଏହା ପରେ ଲଗାତାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ ବୋଲି ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ଦିଲୀପ କୁମାର ପୂର୍ବପେକ୍ଷା ଭଲ ଅଛନ୍ତି ବୋଲି ଜଣାପଡ଼ିଛି ।

ଏନେଇ ଦିଲୀପ କୁମାରଙ୍କ ପରିବାର ଲୋକ କହିଛନ୍ତି ଡ଼ିହାଇଡ୍ରେସନ ଯୋଗୁଁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।  ସେ ଏବେ ଠିକ ଥିବା କଥା ସେମାନେ ଜଣାଇଛନ୍ତି । କେବଳ ଏତିକି ନୁହେଁ ସେ ଚଉକିରେ ବସି ମଧ୍ୟାହ୍ନ ଭୋଜନ  ମଧ୍ୟ କରିଛନ୍ତି  । ସେ ଖୁବ ଶୀଘ୍ର ଠିକ ହୋଇଯିବେ ବୋଲି ଆଶା କରାଯାଉଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦିଲ୍ଲୀପ କୁମାର ବିଗତ ୪ ଦିନ ଧରି ଆଇସିୟୁରେ ଭର୍ତ୍ତି ଥିଲେ ମଧ୍ୟ ଏଯାଏଁ ତାଙ୍କୁ ଦେଖିବା ପାଇଁ କୌଣସି ବଲିଉଡ଼ ତାରକା ପହଞ୍ଚି ନାହାନ୍ତି ।