ହସ୍‌ପିଟାଲ୍‌ରେ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର

43

ଭେଟେରାନ୍ ବଲିଉଡ୍ ଅଭିନେତା ତଥା ପଦ୍ମବିଭୂଷଣ ଦିଲ୍ଲୀପ କୁମାର ପୁଣି ଅସୁସ୍ଥ । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି । ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ୯୩ ବର୍ଷୀୟ ଦିଲ୍ଲୀପଙ୍କ ଗୋଡ ହଠାତ୍ ଫୁଲିବା ସହ ଥଣ୍ଡା ଓ କଫ ସମସ୍ୟା ମଧ୍ୟ ରହିଥିଲା ।

ଫଳରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ଦେଇଛନ୍ତି ଦିଲିପଙ୍କ ପତ୍ନୀ ସାଇରା ବାନୋ । ଆସନ୍ତା ୧୧ ତାରିଖରେ ଦିଲ୍ଲୀପ କୁମାରଙ୍କ ଜନ୍ମଦିନ ଥିବାରୁ ଏହା ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଆଶା ରଖିଛନ୍ତି ସାଇରା ।