କଂଗ୍ରେସରେ ଦିଗବିଜୟ ସିଂଙ୍କ ଡିମୋସନ ! ହଟିଲା ଗୋଆ ଓ କର୍ଣ୍ଣାଟକ ପ୍ରଭାରୀ ପଦ

29

କନକ ବ୍ୟୁରୋ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ସାଙ୍ଗଠନିକ ପରିବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଡିମୋସନ ହୋଇଛି । ତାଙ୍କୁ ଗୋଆ ଓ କର୍ଣ୍ଣାର୍ଟକ ପ୍ରଭାରୀ ପଦରୁ ହଟାଇଦିଆଯାଇଛି । ଗୋଆରେ କଂଗ୍ରେସ ବଡ ଦଳ ହେବା ସତ୍ୱେ ସରକାର ଗଠନ କରିପାରିନଥିଲା । ଏହାକୁ ନେଇ ଦିଗବିଜୟ ସିଂଙ୍କୁ ଦଳ ଭିତରେ ହିଁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।

କର୍ଣ୍ଣାଟକରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ । ଏଠାରେ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ଉପସଭାପତି ରାହୁଲ ଗାନ୍ଧି । ମିଳିଥିବା ଖବର ଅନୁସାରେ, ଅକ୍ଟୋବରରେ ସଭାପତି ନିର୍ବାଚନ ହେବ । ଗୁଜରାଟ ନିର୍ବାଚନ ପାଇଁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମହାସଚିବ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ସହିତ ଆଉ ୪ ଜଣଙ୍କୁ ସଚିବ ପଦରେ ଅବସ୍ଥାପିତ କରାଯାଇଛି । ବରିଷ୍ଠ ନେତା କମଳନାଥଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ଦିଆଯିବା ସମ୍ଭାବନା ରହିଛି । ବରିଷ୍ଠ ନେତା ସୁଶୀଲ ସିନେ୍ଧ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାହୁଲଙ୍କ କିଛି ଖାସ ଲୋକଙ୍କୁ ମହାସଚିବ ଦାୟିତ୍ୱ ଦିଆଯାଇପାରେ ।