ଡିଜିଟାଲ୍ ପେମେଣ୍ଟ୍ କଲେ ଟାକ୍ସ ଉପରେ ମିଳିବ ୨ପ୍ରତିଶତ ରିହାତି ! ଜିଏସଟି କାଉନସିଲରେ ହେବ ନିଷ୍ପତ୍ତି

54

କ୍ୟାସଲେସ୍ କାରବାର ବଢ଼ାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି । ତେବେ ଏଥିପାଇଁ ୨ ପ୍ରତିଶତ ରିହାତି ଦେବା ପାଇଁ ବିଚାର କରୁଛନ୍ତି । ଡିଜିଟାଲ ପେମେଣ୍ଟ କରିବା ଦ୍ୱାରା ମିଳିବ ୨ ପ୍ରତିଶତ ରହାତି । ଡିସେମ୍ବରରେ ହେବାକୁ ଥିବା ଜିଏସଟି କାଉନସିଲ ବୈଠକରେ ଏନେଇ ହେବ ନିଷ୍ପତ୍ତି । ଡେବିଟ କାର୍ଡ, କ୍ରେଡ଼ିଟ୍ କାଡ଼ ଓ ଇ-ୱାଲେଟ୍ ବ୍ୟବହାରକାରୀଙ୍କୁ ଏହି ସୁବିଧା ଉପଲବ୍ଧ ହେବ । ଏହି ରିହାତି ଲୋକଙ୍କୁ ଜିଏସଟି ଉପରେ ହିଁ ମିଳିବ । ବିଜିନେସ୍ ଷ୍ଟାଣ୍ଡାର୍ଡ଼ ଅନୁସାରେ , ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧକାରୀ କହିଛନ୍ତି ଏପରି କରିବା ଦ୍ୱାରା ଟାକ୍ସ ଚୋରୀ କମ ହେବ । ଏହି ବ୍ୟବସ୍ଥା ଲାଗୁ ହେବା ପରେ ପୁରା ବିଲ ଉପରେ ୧୦୦ ଟଙ୍କାର ରିହାତି ମିଳିବ ।

ତେବେ ଏହି ବ୍ୟବସ୍ଥା ଲାଗୁ ହେବା ପରେ ୫ ପ୍ରତିଶତ ସ୍ଲାବରେ ଆସୁଥିବା ଦ୍ରବ୍ୟ ଉପରେ ୩ ପ୍ରତିଶତ, ୧୨ ପ୍ରତିଶତ ସ୍ଲାବରେ ଆସୁଥିବା ବସ୍ତୁ ଉପରେ ୧୦ ପ୍ରତିଶତ, ୧୮ ପ୍ରତିଶସ ସ୍ଲାବରେ ଆସୁଥିବା ବସ୍ତୁ ଉପରେ ୧୬ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବରେ ଆସୁଥିବା ବସ୍ତୁ ପାଇଁ କେବଳ ୨୬ ପ୍ରତିଶତ ଜିଏସଟି ଲାଗିବ । ଉପଭୋକ୍ତାଙ୍କ ପାଇଁ ଦୁଇଟି ଦର ଉପଲବ୍ଧ ହେବ । ନଗଦ ନେଣଦେଣ ସହ କିଣାବିକା ଉପରେ ସାମାନ୍ୟ ଜିଏସଟି ଦର ଲାଗିବ । ଅନ୍ୟପଟେ ଜିଏସଟି ନେଣଦେଣ ଉପରେ ୨ ପ୍ରତିଶତ ରିହାତି ମିଳିବ । ୧୦ ନଭେମ୍ବରରେ ହୋଇଥିବା ଜିଏସଟି ପରିଷଦର ବୈଠକର ଏଜେଣ୍ଡାରେ ଏହି ପ୍ରସ୍ତାବ ସାମିଲ ଥିଲା କିନ୍ତୁ ଏହା ଉପରେ ଚର୍ଚ୍ଚା ହୋଇପାରିଲା ନାହିଁ ।

ତେବେ ଏହି ବ୍ୟବସ୍ଥ ଲାଗୁ ହେବା ଉକ୍ତ ବ୍ୟବସାୟୀମାନେ ମଧ୍ୟ ଲାଭବାନ୍ ହେବେ ଯିଏ ଜିଏଟି ନେଟୱର୍କ ସହ ଜଡ଼ିତ ଥିବେ । ଯଦି କେହି ବ୍ୟବସାୟୀ ନିଜର ଟାକ୍ସ ଅନଲାଇନ୍ ପଇଠ କରନ୍ତି , ତେବେ ତାଙ୍କୁ ଟାକ୍ସରେ ରିହାତି ମିଳିବା ସହ କ୍ୟାସବ୍ୟାକ୍ କିମ୍ବା ଅଲଗା ପୁରସ୍କାର ପ୍ରଦାନ କରାଯିବ । ବିମୁଦ୍ରକାରଣ ପରେ ଭାରତରେ ଡିଜିଟାଲ ନେଣଦେଣ ବଢ଼ିଛି । ମୋବାଇଲ ପେମେଣ୍ଟ, ପେପର ଭାଇଚର, ମୋବାଇଲ ବ୍ୟାଙ୍କିଂ ମଧ୍ୟ ଏକ ବର୍ଷ ମଧ୍ୟରେ ୧୨୨ ପ୍ରତିଶତ ବଢ଼ିଛି । ଡିଜିଟାଲ ଅର୍ଥବ୍ୟବସ୍ଥା ପାଇଁ ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ଏବେ ଦେଶରେ ଟୋଲ ପ୍ଲାଜା, ବସ୍, ସିନେମା ଟିକଟ୍, ରଳଗାଡ଼ି , ସିନେମା ଟକେଟ୍ ଓ ଇ-କମର୍ସ ୱେସାଇଟ୍, ପଟ୍ରୋଲ ପମ୍ପ୍, ରେଷଟୁରାଂଠ ଆଦିରେ ୧୫ କୋଟି ଭାରତୀୟ ଡିଜିଟାଲ ନେଣଦେଣ କରୁଛନ୍ତି ।