ଖାଦ୍ୟ ସହଜରେ ହଜମ ହୋଇପାରୁନି କି ? ତେବେ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଆରାମ

253

ବ୍ୟସ୍ତବହୁଳ ଜୀବନରେ ଆମର ଖାଦ୍ୟପେୟରେ ବହୁତ ପରିବର୍ତ୍ତ ନ ଆସିଯାଇଛି । ଏବଂ ଏହି କାରଣରୁ ଆମର ଦୈନନ୍ଦିନ ତାଲିକାରେ ଜଙ୍କ ଫୁଡର ସ୍ଥାନ ବଢ଼ି ବଢ଼ି ଯାଉଛି । ଜଙ୍କ ଫୁଡ ଖାଇବାରେ ବା ପ୍ରସ୍ତୁତ କରିବାରେ ଯେତେ ସହଜ ହେଲେ ବି ଏହା ଆପଣଙ୍କ ପେଟ ଓ ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ ଆମେ ଖାଦ୍ୟରେ କିଛିଟା ପରିବର୍ତ୍ତନ ଆଣି ସ୍ୱାସ୍ଥ୍ୟର ସୁଧାର କରିପାରିବା । ଖାଦ୍ୟରେ ଅଧିକରୁ ଅଧିକ ଏହି ଖାଦ୍ୟ ନିଅନ୍ତୁ ଯାହା ସହଜରେ ହଜମ ହୋଇଯିବ ।

• ଆପଣ ଦହିର ଫାଇଦା ବିଷୟରେ ଜାଣିଥିବେ । ଦହିରେ ଜୁଆଣି ଦେଇ ଖାଇଲେ କୋଷ୍ଠକାଠିନ୍ୟ ଦୂର ହୁଏ । ପେଟର ସମସ୍ୟା ପାଇଁ ହଇରାଣ ହେଉଥିବା ଲୋକ ଯଦି ନିଜର ଭୋଜନରେ ପ୍ରଚୁର ମାତ୍ରାରେ ଦହିକୁ ସାମିଲ କରନ୍ତି, ତେବେ ଭଲ ହେବ । ଏଥିରେ ମିଳୁଥିବା ବ୍ୟାକ୍ଟେରିଆ ପେଟ ରୋଗକୁ ଠିକ କରେ ।

• କଦଳୀରେ ଥିବା ପର୍ଯ୍ୟାପ୍ତ ପରିମାଣର କାର୍ବୋହାଇଡ୍ରେଟ ରକ୍ତ ବୃଦ୍ଧି କରିବା ସହିତ ଶରୀରର ଶକ୍ତି ବଢ଼ାଏ । ପେଟରେ ସଂକ୍ରମଣ ହେଲେ କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ ।

• ସବୁଜ ପନିପରିବାରେ ଭରପୁର ପରିମାଣରେ ଲୈାହର ମାତ୍ରା ମିଳେ । ସେଥିପାଇଁ ବଢୁଥିବା ପିଲା ଓ ଗର୍ଭବତୀ ମହିଳାଙ୍କୁ ଏହାର ସେବନ କରିବା ଉଚିତ । ଏହି ପରିବା ସହଜରେ ହଜମ ହୋଇଯାଏ ଓ ପେଟକୁ ସଫା ରଖେ ।

• ପ୍ରତିଦିନ ଗୋଟିଏ ସେଓ ଖାଆନ୍ତୁ ଓ ଡାକ୍ତରଙ୍କ ପାଖରୁ ମୁକ୍ତି ପାଆନ୍ତୁ । ଏହା ପେଟର ସମସ୍ୟାକୁ କମ କରିବାରେ ସାହାଯ୍ୟ କରେ ।

• ବ୍ରାଉନ ରାଇସରେ ମିଳୁଥିବା ଦ୍ରବଣୀୟ ଫାଇବର ରକ୍ତରେ ଏଲଡିଏଲ କୋଲେଷ୍ଟ୍ରଲ କମ କରିବାରେ ସାହାଯ୍ୟ କରେ ।

• ବିଟରୁଟ ଅର୍ଶ ରୋଗୀଙ୍କ ପାଇଁ ବହୁତ ଫଳପ୍ରଦ ହୁଏ । ବିଟର ଜୁସ ପିଲିଆ, ହେପାଟାଇଟିସ ଓ ବାନ୍ତି ସମସ୍ୟାର ଉପଚାରରେ ଫଳପ୍ରଦ ।

• ଦଲିଆରେ ଦଲିଆ ଫାଇବର, ଖଣିଜ ଓ ଭିଟାମିନ ଭରପୁର ମାତ୍ରାରେ ଥାଏ । ଏହା କୋଷ୍ଠକାଠିନ୍ୟ ସହିତ ପେଟର କ୍ୟାନସରକୁ କମ କରିବାରେ ସାହାଯ୍ୟ କରେ ।