ଦେଶୀଡଙ୍ଗାରେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି : ମାଓ ଇଲାକାରେ ପଚାରି ବୁଝିଲେ ଲୋକଙ୍କ ଦୁଃଖ

32

vlcsnap-2016-09-02-15h27m03s033ମାଲକାନଗିରି : ଦେଶୀ ଡଙ୍ଗାରେ ଡିଆଇଜି। ଏକ ଦେଶୀ ଡଙ୍ଗାରେ ପାରି ହୋଇ ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳ ବୁଲି ଦେଖିଛନ୍ତି ଦକ୍ଷିଣା ପଶ୍ଚିମାଂଚଳ ଡିଆଇଜି ଏସ୍ ସାଇନି। ବୁଡି ଅଂଚଳରେ ଲୋକଙ୍କ ସୁଖ ଦୁଃଖ ବୁଝିଛନ୍ତି ପୁଲିସ ଅଧିକାରୀ। ଡିଆଇଜି ସାଇନିଙ୍କ ସହ ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର ପ୍ରମୁଖ ପବନହଂସ ହେଲିକଫ୍ଟର ଯୋଗେ ବଡ଼ପଡ଼ା ବିଏସଏଫ୍ କ୍ୟାମ୍ପରେ ପହଁଚିଥିଲେ।

vlcsnap-2016-09-02-15h33m13s265ପରେ ମୋଟର ସାଇକେଲରେ ଯନ୍ତାପାଇ ଦେଇ ରୁମା ନଦୀ ପାର ହୋଇ ପାପେରମେଟଲା ପହଁଚିଥିଲେ ଅଧିକାରୀମାନେ। ଯନ୍ତାପାଇ ହେଉଛି ସେଇ ସ୍ଥାନ ଯେଉଁ ଠାରୁ ୫ ବର୍ଷ ତଳେ ତତ୍କାଳୀନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ।

vlcsnap-2016-09-02-15h28m30s734ଅପହରଣର ୫ ବର୍ଷ ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଅଂଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ପାପେରମେଟଲା ସ୍କୁଲ ବୁଲି ଦେଖିଛନ୍ତି ଡିଆଇଜି ସାଇନି। ଲୋକ ଭଲ ମନ୍ଦ ବୁଝିବା ସହ ଜ୍ୱରରେ ପୀଡିତ ଜଣେ ଛାତ୍ର ଓ ସାପ କାମୁଡାରେ ଆକ୍ରାନ୍ତ ଜଣେ ଛାତ୍ରୀଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ପଠାଇଥିଲେ ପୁଲିସ ଅଧିକାରୀ।

ଏହା ସହ ଦେଖନ୍ତୁ ଏହି ଭିଡିଓ –