ୟୁପିଆଇରୁ ୟୁଏସଏସଡି ପର୍ଯ୍ୟନ୍ତ : ଜାଣନ୍ତୁ ଡିଜିଟାଲ ପେମେଣ୍ଟର ଭିନ୍ନ ଭିନ୍ନ ତରିକା

96

ଡିଜିଟାଲ ମେମେଣ୍ଟ ପ୍ଲାଟଫର୍ମ ନୋଟବନ୍ଦୀ ପରେ ଭାରତୀୟ ଅର୍ଥବ୍ୟବସ୍ଥାରେ ନେଣଦେଣ କରିବା ପାଇଁ ଏକ ସୁବିଧାଜନକ ଉପାୟ ହୋଇଯାଇଛି । ସରକାରଙ୍କ ଦ୍ୱାରା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ କରାଯିବା ପରେ ଲୋକ ସପିଙ୍ଗ ଠାରୁ ଆରମ୍ଭ କରି ବିଜୁଳି ବିଲ ଭରିବା ପର୍ଯ୍ୟନ୍ତ, ନିଜ ପରିବାର ଲୋକଙ୍କୁ ଟଙ୍କା ପଠାଇବା ପାଇଁ ଏବଂ ନିତିଦିନିଆ ଆବଶ୍ୟକତାକୁ ପୁରା କରିବା ପାଇଁ ତରବରିଆ ଭାବେ ଡିଜିଟାଲ ପେମେଣ୍ଟ ସିଷ୍ଟମର ସହାୟତା ନେବାକୁ ବାଧ୍ୟ ହେଲେ । ସବୁଠାରୁ ବଡ ଲାଭଜନକ କଥା ହେଲା ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର କରିବା ବହୁତ ସହଜ ଓ ସୁବିଧାଜନକ । ଇନ୍ଧନ ସମ୍ପର୍କିତ ନେଣଦେଣ ଉପରେ ୦.୭୫%ର ରିହାତି ବି ଦେଉଛି । ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ ମଧ୍ୟ ୟୁପିଆଇ ପ୍ଲାଟଫର୍ମ ‘ଭିମ’ର ବ୍ୟବହାର କରୁଥିବା ୟୁଜର୍ସଙ୍କୁ ରେଫରାଲ ବୋନସ ଏବଂ ବ୍ୟାପାରୀଙ୍କୁ କ୍ୟାସବେକ ଦେଉଛନ୍ତି ।

ଡିଜିଟାଲ ପେମେଣ୍ଟ ଏବେ ଲୋକପ୍ରିୟ ହୋଇଗଲାଣି, ତଥାପି ବି ଏହାର ବ୍ୟବହାର ସୁରକ୍ଷିତ ଉପାୟରେ କରିବା ଜରୁରୀ ଅଟେ । ମାର୍କେଟରେ ଏବେ ଡିଜିଟାଲ ପେମେଣ୍ଟ ର ବହୁତ ସାରା ବିକଳ୍ପ ଥିବା କାରଣରୁ ସେ ମଧ୍ୟରୁ କୈାଣସି ଗୋଟିଏକୁ ବାଛିବା ବିଭ୍ରାନ୍ତକର ହୋଇପାରେ । ଆପଣଙ୍କ ସହାୟତା ପାଇଁ ଏଠାରେ କିଛି ଲୋକପ୍ରିୟ ଡିଜିଟାଲ ପେମେଣ୍ଟର ମାଧ୍ୟମ ବିଷୟରେ ଜଣାଇବୁ । ମାର୍କେଟରେ କେତେକ ଲୋକପ୍ରିୟ ୟୁପିଆଇ ଆପ ଉପଲବ୍ଧ ଅଛି ଯେପରିକି ‘ଭିମ’, ‘ତେଜ’, ‘ଏସବିଆଇ ୟୁପିଆଇ’, ‘ଏଚଡିଏଫସି ୟୁପିଆଇ’, ‘ଆଇ ମୋବାଇଲ’ ଆପ ଇତ୍ୟାଦି ।

ଇ-ୱାଲେଟ : ନୋଟବନ୍ଦୀ ପର ଠାରୁ ଇ- ୱାଲେଟକୁ ଲୋକ ନିଜର ନିତିଦିନିଆ କାମରେ ବ୍ୟବହାର କରୁଛନ୍ତି । ଏହାର ବ୍ୟବହାର ୟୁଟିଲିଟି ବିଲ ଭରିବା ପାଇଁ, ଲୋକାଲ ଷ୍ଟୋରରୁ କିଣାବିକା କରିବା ପାଇଁ, କାହାକୁ ଟଙ୍କା ପଠାଇବା ବା କାହାଠୁ ଟଙ୍କା ପାଇବା ପାଇଁ କରାଯାଇପାରିବ । ମନେରଖନ୍ତୁ ଆରବିଆଇର ନିର୍ଦ୍ଦେଶାନୁସାରେ ଏବେ ଇ-ୱାଲେଟର ବ୍ୟବହାର କରିବା ପାଇଁ କେୱାଇସି ଅନିବାର୍ଯ୍ୟ ଅଟେ ।

AEPS: ଆଧାର ଏନାବଲ୍ଡ ପେମେଣ୍ଟ ସର୍ଭିସ, ପେମେଣ୍ଟ କରିବାର ଏକ ଡିଜିଟାଲ ମାଧ୍ୟମ, ଯାହା ଆପଣଙ୍କ ନେଣଦେଣ କରିବାରେ ଆଧାର ନମ୍ବରର ବ୍ୟବହାର କରେ । AEPS ଆପଣଙ୍କ ଦ୍ୱାରା ବା ଆପଣଙ୍କ ତରଫରୁ କରାଯାଉଥିବା ନେଣଦେଣ ପାଇଁ ଆପଣଙ୍କଠୁ ଚାର୍ଜ ନିଏ । ଏହା ପାସୱାର୍ଡ ପାଇଁ ଫିଙ୍ଗର ପ୍ରିଣ୍ଟର ବ୍ୟବହାର କରେ ଓ ଏହା ପାଇଁ କାହାର ଅସ୍ତାକ୍ଷର, ଆକାଉଣ୍ଟ ନମ୍ବର ବା ନ୍ୟୁମେରିକ ପାସୱାର୍ଡର ଆବଶ୍ୟକତା ପଡେନି । ଏହା ମାଧ୍ୟମରେ ଆପଣ ଇଣ୍ଟବ୍ୟାଙ୍କ ଟ୍ରାନ୍ସଫର ବି କରିପାରିବେ ।