ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ । ଘଂଟା ପ୍ରତି ଯାଇପାରେ ୧୨୯ କିଲୋମିଟର ବାଟ ।

1,188

କନକ ବ୍ୟୁରୋ : ଧାମରା ମୁହାଣରୁ ଧରାପଡିଛି ବିରଳ ପ୍ରଜାତିର ମାଛ । ଏହାକୁ ମାର୍ଲିନ ବୋଲି କୁହାଯାଏ । ଗଭୀର ସମୁଦ୍ରରୁ ଏହି ମାଛକୁ ଧରିଛନ୍ତି ମତ୍ସ୍ୟଜୀବୀ । ସାଢେ ୪ ଫୁଟ ଲମ୍ବର ଏହି ମାଛର ଓଜନ ପାଖାପାଖି ୧୦ କିଲୋଗ୍ରାମ । ମାର୍ଲିନ ମାଛ ପ୍ରାୟ ୨ କ୍ୱିଂଟାଲ ଯାଏଁ ବଢିଥାନ୍ତି । ମତ୍ସ୍ୟଜୀବୀଙ୍କ ମତରେ ସମୁଦ୍ର ମଧ୍ୟରେ ଖୁବ କ୍ଷୀପ୍ର ଗତିରେ ଘଂଟା ପ୍ରତି ୧୨୯ କିଲୋମିଟର ବେଗରେ ଏହି ମାଛ ଯାଇପାରେ ଓ ବେଶ ଲମ୍ବା ଡେଇଁପାରେ ।

ମାର୍ଲିନ ମାଛର ମାଢି ଖଣ୍ଡା ଭଳି ଲମ୍ବା । ବିଶେଷକରି ଏହି ମାଛ ସୋଡ ଫିସ୍ ପ୍ରଜାତିର । ସମୁଦ୍ର ଉଷ୍ମସ୍ରୋତରେ ମଧ୍ୟ ଏହି ମାଛ ହଜାର ହଜାର କିଲୋମିଟର ପଂହରିପାରେ । ବିଶେଷଜ୍ଞଙ୍କ ମତରେ, ବିଶେଷକରି ପ୍ରଶାନ୍ତ ମହାସାଗରରେ ଏହି ପ୍ରଜାତିର ମାଛ ଦେଖାଯାଇଥାଏ । ତେବେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ମାର୍ଲିନ ଓଡିଶା ପୂର୍ବ ଉପକୂଳକୁ ଖାଦ୍ୟ ଅନ୍ୱେଷଣରେ ଆସିଥାଇପାରନ୍ତି ବୋଲି କୁହାଯାଉଛି ।