ଭିନ୍ନ ଏକ ମନ୍ଦିର ! ଏଠି ପ୍ରେମୀଯୁଗଳଙ୍କୁ ମିଳେ ସୁରକ୍ଷା । ପୋଲିସକୁ ବି ମନ୍ଦିର ମନା ।

35

ବିଭିନ୍ନତା ମଧ୍ୟରେ ଏକତା ହେଉଛି ଭାରତର ସ୍ୱତନ୍ତ୍ରତା । ଏଠି ନାନାଧର୍ମର ଲୋକେ ଭାତୃତ୍ୱ ଭାବନା ନେଇ ରହିଥାନ୍ତି । ଏହାର କଳା, ସଂସ୍କୃତ ଅନ୍ୟ ଦେଶମାନଙ୍କ ଠାରୁ ଅଲଗା । କାହିଁ କେଉଁ କାଳରୁ ଆଉ ଆମ ଦେଶରେ ଭରି ରହିଛି ଅନେକ ମନ୍ଦିର । ତେବେ ହିମାଚଳ ପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ପ୍ରେମୀ ଯୁଗଳଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ।ହିମାଚଳ ପ୍ରଦେଶର କୁଲ୍ଲର ସ୍ଥିତ ଶାଙ୍ଘଡ଼ ଗ୍ରାମରେ ଭଗବାନ ଶିବଙ୍କର ଏପରି ଏକ ମନ୍ଦିର ଅଛି, ଯେଉଁଠି ଘରୁ ଲୁଚି ପଳାଇ ଆସିଥିବା ପ୍ରେମୀଯୁଗଳଙ୍କୁ ଆଶ୍ରୟ ମିଳିଥାଏ । ମହାଦେବ ଶିବଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ ।

ଏହି ମନ୍ଦିରର ବିଶେଷତ୍ୱ ହେଲା , ଯେ ଯେଉଁ ପ୍ରେମୀ ଯୁଗଳ ଘରୁ ଲୁଚି ବିବାହ ଉଦ୍ଦେଶ୍ୟରେଏହି ମନ୍ଦିରକୁ ପଳାଇ ଆସିଥାଆନ୍ତି, ଯେତେଦିନ ଯାଏଁ ଏହି ମନ୍ଦିର ପରିସରରେ ରହିଥାଆନ୍ତି, ସେମାନଙ୍କୁ ମନ୍ଦିର ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ପ୍ରେମୀଯୁଗଳଙ୍କର କେହି କିଛି କରିପାରନ୍ତି ନାହିଁ । ଥରେ ମନ୍ଦିର ପରିସର ଭିତରକୁ ସେମାନେ ଆସିଲେ, ମହାଦେବଙ୍କର ଶରଣରେ ରହିଥାଆନ୍ତି । ସେ ସ୍ଥାନକୁ ପୋଲିସ ଯାଆନ୍ତି ନାହିଁ । ପିତାମାତାଙ୍କ ଠାରୁ ଅଭିଯୋଗ ପାଇଲେ ବି ପୋଲିସ ମନ୍ଦିର ପରିସରରୁ ପ୍ରେମୀଯୁଗଳଙ୍କୁ ଗିରଫ କରନ୍ତି ନାହିଁ। ମଦ, ଅନ୍ୟ ମାଦକ ଦ୍ରବ୍ୟ, ଚମଡ଼ାର ଜିନିଷ ଏହି ମନ୍ଦିରକୁ ନେବା ନିଷିଦ୍ଧ ଅଟେ । ଏହି ମନ୍ଦିରକୁ କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ନେବା ମଧ୍ୟ ଅନୁଚିତ । ବଡ଼ ପାଟିରେ ମଧ୍ୟ କଥା ହେବା ଅନୁଚିତ ।

ଘରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କୁ ଏହି ମନ୍ଦିରରେ ଅତିଥି ଭଳି ସମ୍ମାନ ମିଳେ ଏବଂ ପୂଜାରୀ ମଧ୍ୟ ତାଙ୍କର ଅତିଥି ଚର୍ଚ୍ଚା କରନ୍ତି । କୁହାଯାଏ, ଅଜ୍ଞାତବାସ ସମୟରେ ପାଣ୍ଡବମାନେ ଏହି ମନ୍ଦରରେ ରହିଥିଲେ । ସେହି ସମୟରେ କୌରବମାନେ ସେମାନଙ୍କ ପିଛା କରି ଏହି ସ୍ଥାନରେ ପହଞ୍ଚିଥିଲେ, କିନ୍ତୁ ମହାଦେବ ତାଙ୍କୁ ପରିସର ଭିତରେ ପ୍ରବେଶ କରିବାକୁ ଅନୁମତି ନ ଦେଇ କହିଥିଲେ କି, ଏହା ମୋର କ୍ଷେତ୍ର ଏବଂ ଯିଏ ଏଠାକୁ ଆସିବ ମୁଁ ତାଙ୍କର ରକ୍ଷା କରିବି ।’ ଭଗବାନ ଶିବଙ୍କ ଭୟରେ କୌରବମାନଙ୍କୁ ଫେରିବାକୁ ପଡ଼ିଥିଲା ।

ସେହି ଦିନ ଠାରୁ ଯେଉଁ ବ୍ୟକ୍ତି ଏହି ସ୍ଥାନକୁ ଆସିଥାଆନ୍ତି, ଯାହାଙ୍କୁ ସମାଜ ସ୍ୱୀକାର କରେନାହିଁ ଏବଂ ପ୍ରେମକୁ ସ୍ୱୀକାର କରନ୍ତି ନାହିଁ, ଏପରି ଲୋକମାନଙ୍କୁ ଏହି ମନ୍ଦିରରେ ଶରଣ ମିଳିଥାଏ ଏବଂ ସେମାନେ ସୁରକ୍ଷିତ ଭାବରେ ରହିଥାଆନ୍ତି ।