ଅସଲି ଓ ନକଲି ସାମସଙ୍ଗ୍ ସାମଗ୍ରୀ ଭିତରେ ଫରକ୍ ଜାଣିବେ କିପରି ? ଚିହ୍ନିବା ପାଇଁ ଆପଣାନ୍ତୁ ଏହି ଉପାୟ . . .

91

ବଜାରରେ ନକଲି ଟଙ୍କା ଠାରୁ ଆରମ୍ଭ କରି ନକଲି ମଦ, ନକଲି ଘିଅ, ନକଲି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ନକଲି କସମେଟିକ୍ ଆଦି ଉପଲବ୍ଧ । ନକଲି ସାମଗ୍ରୀର ମାୟଜାଲରେ କବଳିତ ଅଛନ୍ତି ଲୋକେ । ନକଲି ସାମଗ୍ରୀ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ବର୍ତ୍ତମାନ ସମୟରେ ଅସଲି ଓ ନକଲି ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଲେଖାଥାଏ ନକଲି ପ୍ରତି ସାବଧାନ । ସେହିପରି ଆଜିକାଲି ନକଲି ଚାର୍ଜର ମଧ୍ୟ ବଜାରରେ ଉପଲବ୍ଧ ହେଉଛି, ଯାହା ଆପଣଙ୍କ ଫୋନକୁ ସମସ୍ୟାରେ ପକାଇପାରେ । ଆପଣ ଯଦି ସାମସଙ୍ଗ ଫୋନର ଚାର୍ଜର କିଣୁଛି, ତେବେ ଆପଣଙ୍କ ଫୋନର ଚାର୍ଜର ଅସଲି କିମ୍ବା ନକଲି ଜାଣିବା ପାଇଁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

 

 

 

 

 

ସାମସଙ୍ଗର ଅସଲି ଓ ନକଲି ଲୋଗୋ ମଧ୍ୟରେ ପାର୍ଥକ୍ୟ ଜାଣିବା ଖୁବ କଷ୍ଟ । କିନ୍ତୁ ଯଦି ଆପଣ ଧ୍ୟାନ ଦେଇ ଦେଖିବେ ତେବେ ଏହା ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ । ନକଲି ଚାର୍ଜରରେ ସାମସଙ୍ଗର ‘ଏ’ ଅକ୍ଷରକୁ ମୋଟା ଭାବେ ଦର୍ଶା ଯାଇଛି । ଯହା ଅସଲି ଠାରୁ ସପୂର୍ଣ୍ଣ ଭିନ୍ନ ।

 

 

 

 

ଯଦି ଆପଣ ନୂଆ ଚାର୍ଜର କିଣୁଛନ୍ତି ତେବେ ପ୍ରିଂଟେଡ୍ ମିଟର ପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଏହା ଉପରେ ‘ଏ+’ ଏବଂ ‘ମେଡ ଇନ ଚାଇନା’ ଲେଖାଯାଇଥାଏ ତେବେ ଏହା ନକଲି ବୋଲି ଜାଣିବେ । ଅସଲି ଏବଂ ନକଲି ଚାର୍ଜର ପିନ ଭିତରେ ମଧ୍ୟ ପାର୍ଥକ୍ୟ ଦେଖାଯାଇଥାଏ । ଅସଲି ଚାର୍ଜର ପିନର ତଳ ଭାଗ ମୋଟା ଏବଂ ଉପର ଭାଗ ପତଳା ଥିଲାବେଳେ ନକଲି ଚାର୍ଜରେ ଏହା ଦେଖିବାକୁ ମିଳେ ନାହିଁ ।

ଏହାସହ କେବୁଲ ପୋର୍ଟର ଆକୃତିରେ ପାର୍ଥକ୍ୟ ଦେଖାଯିବା ସହିତ ଡାଟା କେବୁଲର ଲୋଗୋରେ ରଙ୍ଗର ପାର୍ଥକ୍ୟ ଦେଖାଯାଏ । ଅସଲିରେ ଫିକା ରଙ୍ଗ ବ୍ୟବହାର ହୋଇଥିବା ବେଳେ ନକଲି ଚାର୍ଜରେ ଗାଢ ରଙ୍ଗର ବ୍ୟବହାର କରାଯାଇଛି । ଏଥିସହିତ ଡାଟା କେବୁଲର ଆକୃତିରେ ମଧ୍ୟ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଅସଲିର ଡାଟା କେବୁଲ ଛୋଟ ଥିବା ବେଳେ ନକଲିର ଡାଟା କେବୁଲ ମୋଟା ଥାଏ ।