ଦୁନିଆରେ ଚିରନ୍ତନ ସତ୍ୟ ହେଉଛି ମୃତ୍ୟୁ । ଧରା ପୃଷ୍ଟରେ ମନୁଷ୍ୟ ହେଉ ଅବା ପଶୁ, ଯିଏ ବି ଜନ୍ମ ନିଏ ତାର ମୃତ୍ୟୁ ସୁନିଶ୍ଚିନ୍ତ ହୋଇଥାଏ । ତେବେ ଧର୍ମ ଅନୁସାରେ ମନୁଷ୍ୟର ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାର କରାଯାଇଥାଏ । କାଣର ମୃତ୍ୟୁ ପରେ ମନୁଷ୍ୟର ଅନ୍ତିମ ସଂସ୍କାର କରିବା ଦ୍ୱାରା ମନୁଷ୍ୟ ଆତ୍ମାକୁ ଶାନ୍ତି ପ୍ରାପ୍ତ ହୋଇଥାଏ । କେତେକ ଲୋକ ମୃତ୍ୟୁ ପରେ ମନୁଷ୍ୟ ଶରୀରକୁ ଦାହ କରିଥାନ୍ତି ତ ଆଉ କେତେକ ଲୋକ ଶବକୁ ପୋତି ଦେଇଥାନ୍ତି ।

ଯଦି ଆମେ ପୂର୍ବରୁ ପ୍ରଚଳିତ ଥିବା ପ୍ରାଚୀନ ମିଶ୍ର ସଭ୍ୟତା କଥା କହିବା ତେବେ ସେତେବେଳର ଲୋକମାନେ ମୃତ ଶରୀରକୁ ମମିରେ ପରିଣତ କରି ଏକ ସିନ୍ଦୁକରେ ବନ୍ଦ କରି ପୋତିଦେଉଥିଲେ । କାରଣ ସେତେବେଳେ ଲୋକ ଭାବୁଥିଲେ ମନୁଷ୍ୟ ତାର ଶରୀରକୁ ତ୍ୟାଗ କରିବା ପରେ ଶରୀରର ଆତ୍ମା ବାହାରେ ବୁଲିଥାଏ । ତେଣୁ ଆତ୍ମାକୁ ଗୋଟିଏ ସ୍ଥାନରେ ରଖିବା ପାଇଁ ଲୋକମାନେ ଏକ ନିଶ୍ଚିତ ସ୍ଥାନର ବନ୍ଦୋବସ୍ତ କରୁଥିଲେ । ପ୍ରଚୀନ କାଳରେ ଲୋକମାନେ ମୃତ ଶରୀର ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ମଧ୍ୟ ପୋତିଦେଉଥିଲେ । କାରଣ ଲୋକମାନେ ଭଆବୁଥିଲେ ଯଦି ଆତ୍ମାର ପୁନର୍ଜନ୍ମ ହୁଏ ତେବେ ସେ ଏହି ଜିନିଷ ଗୁଡିକୁ ବ୍ୟବହାର କରିପାରିବ ।

ମିଶ୍ର ସଭ୍ୟତା ପରେ ୟୁନାନୀ ଏବଂ ରୋମାନ ସଭ୍ୟତାର ପ୍ରଚଳନ ଆରମ୍ଭ ହୋଇଥିଲା । ମିଶ୍ର ସଭ୍ୟତାର ଲୋକମାନେ ମୃତ ଶରୀରକୁ ପୋତି ଦେଉଥିବା ବେଳେ ୟୁନାନୀ ଏବଂ ରୋମାନ ସଭ୍ୟତାର ଲୋକ ମୃତ ଶରୀରକୁ ପୋଡିବାର ପ୍ରଥା ପ୍ରଚଳନ ଆରମ୍ଭ କରିଥିଲେ । କିନ୍ତୁ ଇସଲାମ ଧର୍ମର ଲୋକମାନେ ଶବକୁ ଜଳାଇବା ପ୍ରଥାକୁ ବହିଷ୍କାର କରିଥିଲେ । ଶରୀରକୁ ମାଟିରେ ପୋତିବା ପଛରେ ଅନେକ କାରଣ କୁହାଯାଇଛି । ପ୍ରଥମ କଥା ହେଉଛି ଶବକୁ ପୋତିବା ଦ୍ୱାରା ପରିବେଶ କୌଣସି ପ୍ରକାର ପ୍ରଦୂଷଣ ହେଉନଥିଲା । ଦ୍ୱିତୀୟରେ ପରିବେଶ ଉପରେ କୌଣସି ପ୍ରକାର କୂପ୍ରଭାବ ପଡୁନଥିଲା ଏବଂ ଲୋକମାନେ ଭାବୁଥିଲେ କି, ମୃତ ଶରୀରକୁ ପୋତିଦେବା ଦ୍ୱାରା ଆତ୍ମାକୁ ଶାନ୍ତିରେ ବିଦା କରିହେଉଥିଲା । କିନ୍ତୁ ଶବକୁ ପୋଡିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିପାରିନଥାଏ ।

ଦୁନିଆରେ ଶବକୁ ଜାଳିବାର ପ୍ରଥା ରହିଆସିଛି । କାହିଁକିନା ହିନ୍ଦୁ ଲୋକମାନେ ଅଗ୍ନୀକୁ ଦେବତା ବୋଲି ମାନିଥାନ୍ତି । ସେଥିପାଇଁ ପୂଜା, ଯଜ୍ଞ, ହୋମ ଏବଂ ବିବାହ ଉତ୍ସବ ଭଳି ପବିତ୍ର କାର୍ଯ୍ୟରେ ଅଗ୍ନୀକୁ ବେଶ ମହତ୍ୱ ଦିଆଯାଇଥାଏ । ଶରୀରକୁ ଅଗ୍ନୀରେ ଦାହ କରିବା ସମୟରେ ହିନ୍ଦୁ ଲୋକମାନେ ମୃତ ବ୍ୟକ୍ତିକୁ ଆଉ ଏକ ନୂଆ ଜୀବନ ଦେବା ପାଇଁ ପ୍ରାଥନା କରିଥାନ୍ତି । ହିନ୍ଦୁ ଧର୍ମର ଲୋକଙ୍କ ସମେତ ସିଖ ଏବଂ ଜୈନ ଧର୍ମର ଲୋକମାନେ ମଧ୍ୟ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ଶବକୁ ଅନ୍ତିମ ସଂସ୍କାର କରିଦେଇଥାନ୍ତି ।