ପ୍ରଦୂଷଣ ପାଇଁ ପଦକ୍ଷେପ : ରାସ୍ତାରେ ଗଡ଼ିବ ନାହିଁ ଡିଜେଲ ଚାଳିତ ଘରୋଇ ଯାନବାହାନ

121

ଦିଲ୍ଲୀକୁ ଘେରିଛି ବିଷ ବଳୟ । ଦିଲ୍ଲୀ ବାୟୁରେ ମିଶିଛି ବିଷ । ପ୍ରଦୁଷଣର କୁହୁଡ଼ି ଓ ଧୁଆଁ ଘେରରେ ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଦିନକୁ  ଦିନ ରାଜଧାନୀ ଦିଲ୍ଲୀରେ ସଙ୍ଗୀନ ହେବାରେ ଲାଗିଛି ବାୟୁ ପ୍ରଦୂଷଣ ସ୍ଥିତି । ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାର ଲାଗିଛି । ଏଭଳି ପରିସ୍ଥିତି ଦିଲ୍ଲୀବାସୀଙ୍କୁ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ପ୍ରକାଶ ପାଇଛି । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଦିଲ୍ଲୀ ବାସିନ୍ଦା ମାସ୍କପିନ୍ଧି ଘରୁ ବାହାରକୁ ବାହାରୁଛନ୍ତି । ସେପଟେ ସୁପ୍ରିମକୋଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି  ।

ଦିଲ୍ଲୀ ସହରରେ ଭୟଙ୍କର ଭାବେ ବାୟୁ ପ୍ରଦୂଷଣ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନେତୃତ୍ୱ ନେଉଥିବା ଟାସ୍କ ଫୋର୍ସ ପକ୍ଷରୁ ଶନିବାର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ଦିଲ୍ଲୀ-ଏନସିଆର ପକ୍ଷରୁ ଶନିବାର ପ୍ରଦୂଷଣର ସ୍ତର ବୃଦ୍ଧି ଆଶଙ୍କାରେ ଡିଜେଲ ଚାଳିତ ଘରୋଇ ଯାନବାହାନ ଉପରେ ଲଗାମ୍‌ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀରେ ପାଖାପାଖି ୪୮ଲକ୍ଷ ଦୁଇ ଚକିଆ ଏବଂ ୨୪-୨୫ଲକ୍ଷ କାର ରହିଛି। ଯେଉଁଥିରେ ଅଢେଇ ଲକ୍ଷ କାର ଡିଜେଲ ଚାଳିତ ବୋଲି ଜଣାପଡ଼ିଛି । ତେବେ ଦିଲ୍ଲୀ ସହରରେ ଭୟଙ୍କର ଭାବେ ବାୟୁ ପ୍ରଦୂଷଣ ହେତୁ ଗାଡିରେ ଅଡ-ଇଭିନ ବ୍ୟବସ୍ଥା ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇ ପାରିବ ନାହିଁ ବୋଲି ଆଲୋଚନା ହୋଇଥିଲା । ତେଣୁ ରାସ୍ତାରେ ଡିଜେଲ ଚାଳିତ ଘରୋଇ ଗାଡିଙ୍କ ସଂଖ୍ୟା କମାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।