୨୦୩୦ ସୁଦ୍ଧା ପେଟ୍ରୋଲ ଓ ଡିଜେଲ କାର ହେବ ବନ୍ଦ ! ସରକାର ଏନେଇ କରୁଛନ୍ତି ଯୋଜନା

29

କନକ ବ୍ୟୁରୋ : ୨୦୩୦ ସୁଦ୍ଧା ପେଟ୍ରୋଲ ଓ ଡିଜେଲ କାର ବନ୍ଦ ହେବ । ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତାକୁ କମାଇବା ଲାଗି ସରକାର ଏ ବାବଦରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏଥିପାଇଁ ବଡ ଯୋଜନା ପ୍ରସ୍ତୁତ କରାଯାଉଛି । ଯୋଜନା ଅନୁସାରେ, ୨୦୩୦ ସୁଦ୍ଧା ଇଲେକ୍ଟ୍ରିକ ଯାନ ଚଳାଚଳ କରିବା କ୍ଷେତ୍ରରେ କାମ ଚାଲିଛି ।

ଲକ୍ଷ୍ୟ ରହିଛି, ପେଟ୍ରୋଲ ଓ ଡିଜେଲ ଚାଳିତ ଯାନକୁ ସଂପୂର୍ଣ୍ଣ ବନ୍ଦ କରିବା । ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଏ ନେଇ କେନ୍ଦ୍ର ଶକ୍ତି ମନ୍ତ୍ରୀ ପୀୟୁଷ ଗୋଏଲ ଆଲୋଚନା କରିଛନ୍ତି । ଇଲେକ୍ଟ୍ରିକ କାରର ପ୍ରସାର ପାଇଁ ନୀତି ଆୟୋଗ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ।

ନୀତି ଆୟୋଗର ଏହି ପ୍ରସ୍ତାବ ଯଦି ଗ୍ରହଣୀୟ ହୁଏ ତାହାହେଲେ ପେଟ୍ରୋଲ ପମ୍ପଗୁଡିକର ଗ୍ରହଣୀୟତା କମିବ । ବାୟୁ ପ୍ରଦୂଷଣର ମାତ୍ରା ବି କମିବ । ଭିଡ କମ ହେବା ସହ ଟ୍ରାଫିକ ଚାପ ବି କମିବ ।