ଦିଦିଙ୍କ ଉପରେ ଧର୍ମେନ୍ଦ୍ର ଖପ୍ପା ! ପଶ୍ଚିମବଙ୍ଗ ଆନ୍ଦୋଳନକୁ ତୀବ୍ର ବିରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଜାତୀୟ ସମ୍ପତ୍ତି ନଷ୍ଟ କରି ବର୍ବରତା ରଚୁଛନ୍ତି ମମତା

702

କନକ ବ୍ୟୁରୋ: ନାଗରିକତା ସଂଶୋଧନ ବିଲକୁ ସଂସଦର ଉଭୟ ଗୃହରେ ପାରିତ କରାଯାଇ ଆଇନରେ ପରିଣତ କରାଯିବା ପରେ ଏହାକୁ ବିରୋଧ କରି ଗତ ତିନିଦିନ ତଳୁ ପଶ୍ଚିମବଙ୍ଗରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ତେବେ ସିଏବିକୁ ବିରୋଧ କରି ଆନ୍ଦୋଳନକାରୀମାନେ ଯେଉଁ ଢ଼ଙ୍ଗରେ ଜାତୀୟ ସମ୍ପତ୍ତିକୁ ନଷ୍ଟ କରୁଛନ୍ତି ତାହାର ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଟୁଇଟରେ ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନ ଉପରେ ଅସନ୍ତୋଷ ପ୍ରକାଶ କରି ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଆନ୍ଦୋଳନ ନାମରେ ପଶ୍ଚିମବଙ୍ଗରେ ଯେପରି ଜାତୀୟ ସମ୍ପତ୍ତିକୁ ନଷ୍ଟ କରି ଦିଆଯାଉଛି ତାହା ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ ମଧ୍ୟ। ଏହାର ତୀବ୍ର ନିନ୍ଦା କରି ଶ୍ରୀ ପ୍ରଧାନ କହିଛନ୍ତି, ପଶ୍ଚିମବଙ୍ଗରେ ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ପଶ୍ଚିମବଙ୍ଗରେ ମମତା ଦିଦି ରାଜ୍ୟ ପ୍ରାୟୋଜିତ ଏହି ଆନ୍ଦୋଳନ ଚଲାଇବା ସହ ବର୍ବରତା ଚଳାଇଛନ୍ତି ବୋଲି ଧର୍ମେନ୍ଦ୍ର ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି।