ରସଗୋଲାର ଜିଆଇ ଟ୍ୟାଗ୍ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ହୋଇଥିଲା ଲଢ଼େଇ ! କିନ୍ତୁ ଜିଆଇ ଟ୍ୟାଗର ବିଶେଷତ୍ୱ ବିଷୟରେ ଜାଣନ୍ତି କି ଆପଣ ?

9

ନିକଟରେ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ରସଗୋଲାକୁ ନେଇ ଲଢ଼େଇ ଚାଲଇଥିଲା । ଆଉ ଏଥିରେ ବାଜି ମାରିନେଲା ପଶ୍ଚିମବଙ୍ଗ । ବାଙ୍ଗଲା ରସଗୋଲାକୁ ମିଳିଗଲା ଜିଆଇ ଟ୍ୟାଗ୍ । ଆଉ ରସଗୋଲା ଓଡ଼ିଶାର ବୋଲି ଆବେଦନ କରିବାରେ ବିଳମ୍ବ କରିଦେଲେ ରାଜ୍ୟ ସରକାର । ତେବେ ଏହି ଜିଆଇ ଟ୍ୟାଗ୍ ତଥା ଜିଓଗ୍ରାଫିକାଲ ଇଣ୍ଡିକେସନ ( ଭୌଗଳିକ ଉତ୍ପତ୍ତି) ମାନେ କ’ଣ ଆପଣ ଜାଣନ୍ତି କି ? ବର୍ତ୍ତମାନ ସମୟରେ ଭୌଗଳିକ ଅବସ୍ଥିତିକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । କେବଳ ରସଗୋଲା ନୁହେଁ ଜିଆଇ ମାନ୍ୟତା ପାଇଁ ଆଉ ଅନେକ ବିବାଦ ମଧ୍ୟ ରହିଛି । ତେବେ ପ୍ରଶ୍ନ ଉଠୁଛି ଏପରି ବିବାଦ କାହିଁକିି ଦେଖାଦେଉଛି ଏବଂ ଏହାର ସମାଧାନ କରିବା ଜରୁରୀ କି ? ସୂଚନା ଅନୁସାରେ ଚଳିତ ବର୍ଷ ମିହିଦାନା ଓ ସୀତାଭୋଗକୁ କେନ୍ଦ୍ର ଜିଆଇ ମାନ୍ୟତା ପ୍ରଦାନ କରିଛି ।

ଜିଆଇ ତଥା ଭୌଗଳିକ ଅବସ୍ଥିତି ଟ୍ୟାଗ୍ ଏକ ନାମ କିମ୍ବା ଏକ ବିଶେଷ ପରିଚୟ ଅଟେ । ଯାହା କୌଣସି ଉତ୍ପାଦ ସହ ଜଡ଼ିତ । ଭୌଗଳିକ କ୍ଷେତ୍ର ଯେପରି ସ୍ଥାନ, ସହର, ଅଞ୍ଚଳ କିମ୍ବା ଦେଶ ସହ ଜଡ଼ିତ ହୋଇ ଆବେଦନ ହୁଏ ଜିଆଇ ଟ୍ୟାଗ୍ । ବିଶ୍ୱବ୍ୟାପୀ ସଂଗଠନର ସଦସ୍ୟ ହୋଇଥିବା ଯୋଗୁଁ ଭାରତ ଏହି ବ୍ୟବସ୍ଥାକୁ ତଥା ଜିଓଗ୍ରାଫିକାଲି ଇଣ୍ଡିିକେସନ ଅଫ ଗୁଡ଼ସ୍ (ରେଜିଷ୍ଟ୍ରେସନ୍ ଆଣ୍ଡ ପ୍ରେଟେକ୍ସନ୍ ଆକ୍ଟ ୧୯୯୯)କୁ ୨୦୦୩, ୧୫ ଡିସେମ୍ବରରେ ଆପଣାଇ ଥିଲା । ଜିଆଇ ମାନ୍ୟତା ପାଇବାର ଅର୍ଥ ହେଲା ଅଧିକୃତ ନିର୍ମାତା ବ୍ୟତୀତ ଅନ୍ୟ ଦେଶ କିମ୍ବା ଅଂଚଳ ଉକ୍ତ ଉତ୍ପାଦ ସହ ଜଡ଼ିତ ନାମକୁ ନିଜ ସହ ଯୋଡ଼ି ପାରିବେ ନାହିଁ । ଜିଆଇ ମାନ୍ୟତା ଉତ୍ପାଦର ପ୍ରମାଣ ପାଇଁ ଦରକାର ପଡ଼େ । ଏହାସହ ଜିଆଇ ଟ୍ୟାଗ୍ରୁ ଜଣାପଡ଼େ , ଉତ୍ପାଦ କେଉଁ ପାରମ୍ପରିକ ବିଧି ଓ ବିଶେଷ ଭୌଗଳିକ କ୍ଷେତ୍ରରୁ ଉତ୍ପର୍ଣ୍ଣ ହୋଇଛି । ଆଉ ଏହି ଆଧାରରେ ଉତ୍ପାଦକୁ ଦିଆଯାଏ ଭୌଗଳିକ ଅବସ୍ଥିତି ମାନ୍ୟତା ।

ସୂଚନା ଅନୁସାରେ ଦେଶରେ ଜିଆଇ ଟ୍ୟାଗ୍ ହାସଲ କରିଥିବା ପ୍ରଥମ ଉତ୍ପାଦ ହେଲା ଦାର୍ଜିଲିଂ ଚା’ । ୨୦୦୪-୨୦୦୫ ମଧ୍ୟରେ ଏହାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ତିରୁପତି ମନ୍ଦିରରେ ପ୍ରସାଦ ରୂପରେ ଦିଆଯାଥିବା ଲଡ଼ୁକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି । ଜିଆଇ ଟ୍ୟାଗ୍ ଏକ ପ୍ରକାର ସଙ୍କେତ ଅଟେ, ଯାହା କୌଣସି ଉତ୍ପାଦ ବିଷୟରେ ସୂଚନା ଦିଏ କି ସେ କେଁଉ ଦେଶ ବା ଅଂଚଳ ସହ ଜଡ଼ିତ । ଜିଆଇ ଟ୍ୟାଗ୍ ଦର୍ଶାଇଥାଏ ଅସଲରେ ସର୍ବପ୍ରଥମେ କେଉଁଠି ତିଆର ହୋଇଥିଲା ଉତ୍ପାଦ । ତେବେ ଅତୀତରେ ନିମ, ହଳଦୀ ପରି ଅନେକ ଜିନିଷର ଜିଆଇ ମାନ୍ୟତା ପାଇଁ ଭାରତକୁ ଅନେକ ପରିଶ୍ରମ କରିବା ପାଇଁ ପଡ଼ିଥିଲା । ଏଥିଯୋଗୁଁ କିଛି ବିବାଦ ପୂର୍ବରୁ ହିଁ ନିଜ ଅଂଚଳର ବିଶେଷ ଉତ୍ପାକୁ ଜିଆଇ ମାନ୍ୟତା ଦେବା ଜରୁରୀ । ଯାହାଦ୍ୱାରା ବିଶ୍ୱରେ ଆପଣଙ୍କ ଉତ୍ପାଦ ସୁରକ୍ଷିତ ରହିବ ।

Comments are closed.