ଜଗମୋହନର ସ୍ଥିତି କୁ ନେଇ ଗଜପତିଙ୍କ ଅଭିମାନ

71

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ । କହିଲେ ମରାମତି କାମ ଖୁବଶୀଘ୍ର ତ୍ୱରାନିତ କରାଯାଉ । ଏହି କାମ ତରବରିଆ ଭାବେ ନକରି ଭଲଭାବରେ ଓ ବୈଜ୍ଞାନିକଙ୍କ ମତ ନେଇ ଦୀର୍ଘସ୍ଥାୟୀ କାମ କରାଯାଉ । ଦିଲ୍ଲୀରେ ରହି ଯେଉଁମାନେ ନିଷ୍ପତି ନେଉଛନ୍ତି ସେମାନେ ଶ୍ରୀମନ୍ଦିର ଆସନ୍ତୁ । ଜଗମୋହନର ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ଗଜପତି ମହାରାଜ ଦାବି କରିଛନ୍ତି । କୋର କମିଟି ମତକୁ ବୋଧ ହୁଏ ଏଏସଆଇ ଗ୍ରହଣ କରୁନାହିଁ । ଏଥିପାଇଁ କାମରେ ବିଳମ୍ବ ହେଉଛି । ତେବେ ଏବେ ଆଉ କାମରେ ବିଳମ୍ବ ହେବ ନାହିଁ ବୋଲି ସେ ଆଶା ପ୍ରକଟ କରିଛନ୍ତି ।