ସମସ୍ୟା ସମାଧାନ ନହେଲେ ଆତ୍ମାହୁତି ଦେବାକୁ ଧମକ । ବିଏମସି ଅଫିସ ଆଗରେ ଧାରଣା ଦେଲେ ଦିବ୍ୟାଙ୍ଗ

22

କନକ ବ୍ୟୁରୋ : ଦୁଇ ବର୍ଷ ହେଲା ଭେଣ୍ଡିଂ ଜୋନରେ ଗୋଟିଏ ଦୋକାନ ପାଇଁ ଏ ଅଫିସରୁ ସେ ଅଫିସକୁ ଦୌଡୁଛି । ମେୟର, ସ୍ଥାନୀୟ ବିଧାୟକ, ସାଧାରଣ ପ୍ରଶାସନ ବିଭାଗ, ପରିବହନ ବିଭାଗକୁ ଧାଇଁ ଧାଇଁ ନିରାଶ ହେବା ପରେ ବିଏମସି ଅଫିସ ଆଗରେ ଧାରଣାରେ ବସିଛନ୍ତି ଜଣେ ଦିବ୍ୟାଙ୍ଗ । ମୋ ଅଖିକୁ ଦେଖାଯାଉନି।

ଦୁଇ ବର୍ଷ ହେଲା ଗୁପଚୁପ ବିକ୍ରି କରି ଚଳୁଛି। ହେଲେ ବାରମ୍ବାର ରାସ୍ତାକଡ଼ ଦୋକାନ ଭଙ୍ଗା ହେବାରୁ ବହୁ କ୍ଷତି ହୋଇଛି । ୨ବର୍ଷ ହେଲା ଭେଣ୍ଡିଙ୍ଗଜୋନରେ ଗୋଟିଏ ଦୋକାନ ପାଇଁ ଏ ଅଫିସରୁ ସେ ଅଫିସ ଦୌଡ଼ୁଛି। ହେଲେ କେହି ଶୁଣୁ ନାହାନ୍ତି। ବାଧ୍ୟ ହୋଇ ବିଏମସି କାର୍ୟ୍ୟାଳୟ ଆଗରେ ଧାରଣା ଦେଇଛି। ସମସ୍ୟା ସମାଧାନ ନହେଲେ ଆତ୍ମାହୁତି ଦେବି। ଡୁମୁଡୁମା ରଘୁନାଥ ନଗରରେ ରହୁଥିବା ଦୃଷ୍ଟିବାଧିତ ଯୁବକ ଅଭିମନ୍ୟୁ ସାହୁ ବିଏମସି ଅଫିସ ଆଗରେ ଧାରଣା ଦେବା ସହିତ ଏପରି କହିଛନ୍ତି।

୬ ମାସ ତଳେ ସେ ବିବାହ କରିଥିଲେ। ଦୁଇ ବର୍ଷ ହେଲା ଗୋଟିଏ ଭେଣ୍ଡିଙ୍ଗ ଜୋନରେ ଦୋକାନ ପାଇଁ ସଂଗ୍ରାମ କରୁଛନ୍ତି। ତେବେ ଏନେଇ ପଦକ୍ଷେପ ନିଆଯିବ ବୋଲ କହିଛନ୍ତିି ମେୟର ଅନନ୍ତ ନାରାୟଣ ଜେନା ।