କେବେ ବସ୍ ରେ ସଫେଇ କାମ ତ କେବେ ଠେଲାରେ ୱେଟର କାମ କରି ପୋଷୁଥିଲେ ପେଟ : ଏସିଆନ୍ ପାରା ଗେମ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଦିବ୍ୟାଙ୍ଗ ନାରାୟଣ ଠାକୁର

109

ଜନ୍ମରୁ ହିଁ ଦିବ୍ୟାଙ୍ଗ ଥିବା ନାରାୟଣ ଠାକୁରଙ୍କୁ ୮ ବର୍ଷ ବୟସ ହୋଇଥିବା ବେଳେ ପିତାଙ୍କ ନିଧନ ହୋଇଯାଇଥିଲା । ତା’ପରେ ୮ ବର୍ଷ ପର୍ଯ୍ୟନ୍ତ ସେ ଏକ ଅନାଥାଳୟରେ ରହିବାକୁ ବାଧ୍ୟ ହୋଇଥିଲେ । ସେ ଢ଼ାବାରେ କାମ କଲେ ଓ ଡିଟିସି ବସ୍ ରେ ସଫେଇ କାମ କଲେ । ନାରାୟଣ ଠାକୁର ଜାକର୍ତ୍ତାରେ ଚାଲୁଥିବା ଏସିଆନ୍ ପାରା ଗେମ୍ସରେ ୧୦୦ ମିଟର ଟି ୩୫ ଦୌଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ । ରିପୋର୍ଟ ମୁତାବକ, ଠାକୁରଙ୍କ ବାମ ପଟେ ହେମି ପେରେସିସ୍ ସମସ୍ୟା ଅଛି । ଏହା ଏକ ଏମିତି ସମସ୍ୟା ଯଦ୍ୱାରା ମସ୍ତିଷ୍କରେ ଷ୍ଟ୍ରୋକ୍ କାରଣରୁ ବାମ ଭାଗର ଅଙ୍ଗ ଅଚଳ ହୋଇଯାଏ । ଉତ୍ତର-ପଶ୍ଚିମ ଦିଲ୍ଲୀର ଝୋପଡିରେ ରହୁଥିବା ୨୭ ବର୍ଷୀୟ ଠାକୁରଙ୍କ ପାରା ଆଥଲେଟ୍ ହେବାର କାହାଣୀ ବହୁତ ପ୍ରୋତ୍ସାହନ ପୂର୍ଣ୍ଣ ।

ଠାକୁର କ୍ରିକେଟ୍ ଖେଳିବାକୁ ଚାହୁଁଥିଲେ, କିନ୍ତୁ ଏମିତି ହୋଇପାରିଲାନି ।ସେ ଖେଳର ବିକଳ୍ପ ଖୋଜିପାରିବେ ବୋଲି ବର୍ଷ ୨୦୧୦ରେ ସେ ଅନାଥାଳୟ ଛାଡିଦେଲେ ଓ ବସ୍ତିକୁ ରହିବାକୁ ଗଲେ । ସେତେବେଳେ ତାଙ୍କ ବସ୍ତିକୁ ବି ଭାଙ୍ଗି ଦିଆଯାଇଥିଲା । ତାଙ୍କ ପାଖରେ ଅନ୍ୟ କୈାଣସି ବିକଳ୍ପ ନଥିଲା ଓ ଟଙ୍କାର ମଧ୍ୟ ଅନେକ ସମସ୍ୟା ଥିଲା । ଦୁଇ ଓଳି ଖାଇବା ଯୋଗାଡ କରିବା ପାଇଁ ଡିଟିସି ବସରେ ସଫେଇ କରିଥିଲେ । ତା’ପରେ ବଂଚିଥିବା ସମୟରେ ରାସ୍ତା କଡରେ ଠେଲାରେ ୱେଟର ଭାବେ କାମ କରୁଥିଲେ । ତଥାପି ବି ଖେଳ ପ୍ରତି ତାଙ୍କର ରୁଚି କମିନଥିଲା ।

ଠାକୁର ଏକମାତ୍ର ଭାରତୀୟ, ଯିଏ ଏସିଆଡ୍ ବା ଏସିଆନ୍ ଗେମରେ ଆଥଲେଟିକ୍ ୧୦୦ ମିଟର ଟି ୩୫ ପ୍ରତିଯୋଗିତା ଜିତିଛନ୍ତି । ତାଙ୍କୁ ପିଏମ୍ ୪୦ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି । ଠାକୁର କହିଛନ୍ତି କି, ସେ ଦିଲ୍ଲୀ ସରକାର ଠାରୁ ବି କିଛି ପୁରସ୍କାର ଆଶା କରନ୍ତି ।