ସ୍ନାନ ପୂର୍ଣ୍ଣିମାର ବିଶେଷ ନୀତି । ଆଜି ରାତ୍ରରେ ବାହୁଡା ପହଣ୍ଡିରେ ରତ୍ନ ବେଦୀକୁ ଫେରିବେ ନାହିଁ ଶ୍ରୀଜୀଉ

ଦେବସ୍ନାନ ପୂର୍ଣ୍ଣିମାକୁ କେହି କେହି ଜଗନ୍ନାଥଙ୍କ ଜନ୍ମଦିବସ ବୋଲି କହନ୍ତି

253

କନକ ବ୍ୟୁରୋ : ଦେବସ୍ନାନ ପୂର୍ଣ୍ଣିମାକୁ କେହି କେହି ଜଗନ୍ନାଥଙ୍କ ଜନ୍ମଦିବସ ବୋଲି କହନ୍ତି । ତେବେ ଏହି ଦିନକୁ ରଥଯାତ୍ରାର ଆଦ୍ୟ ପର୍ବ ବୋଲି କହନ୍ତି । କାରଣ ଏହିଦିନଠାରୁ ହିଁ ଆରମ୍ଭ ହୋଇଥାଏ ଠାକୁରଙ୍କ ରଥଯାତ୍ରାର ପର୍ବ । ତେବେ ଜାଣିରଖନ୍ତୁ ଏହି ଦିବ୍ୟଯାତ୍ରା ସମ୍ପର୍କରେ କିଛି ତଥ୍ୟ…

ସ୍ନାନମଣ୍ଡପକୁ ଯିବା ପୂର୍ବରୁ ରତ୍ନ ବେଦୀ ଉପରେ ଅନେକ ନୀତି ପରମ୍ପରା ଅନୁସାରେ ହୋଇଥାଏ । ଶାସ୍ତ୍ର ଅନୁସାରେ , ମଂଗଳାର୍ପଣ ପରେ ଆରମ୍ଭ ହୋଇଥାଏ ପହଣ୍ଡି ନୀତି । ନିୟମ ଅନୁସାରେ ଠାକୁରମାନେ ଯେଉଁ ସମୟରେ ବାହାରକୁ ଯିବେ ସେହି ସମୟରେ ଧାଡି ପହଣ୍ଡି ଏବଂ ଯେଉଁ ସମୟରେ ଭିତରକୁ ଯିବେ ସେହି ସମୟରେ ଗୋଟି ପହଣ୍ଡି ହେବାର ନିୟମ ରହିଛି । ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିବାର ରହିଛି କାର୍ଯ୍ୟକ୍ରମ ।

 

ସ୍ନାନ ପୂର୍ଣ୍ଣିମା ଦିନ ୩୦ରୁ ଅଧିକ ସେବା ଠାକୁରଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏହିଦିନ ମହାପ୍ରଭୁଙ୍କୁ ଯେଉଁ ଜଳରେ ସ୍ନାନ କରାଯାଏ ତାହାକୁ ସୁନାକୂଅରୁ ଅଣାଯିବାର ପରମ୍ପରା ରହିଛି । ଏହି କୂଅଟି ବର୍ଷସାରା ଅବ୍ୟବହୃତ ହୋଇଥାଏ । ଏହି ଜଳକୁ ପଣ୍ଡିତମାନେ ଶୁଦ୍ଧ କରିବା ପରେ ହିଁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଏହାକୁ ଲାଗୁ କରାଯାଏ । ସ୍ନାନ ପୂର୍ଣ୍ଣିମା ଦିନ ରାଜନୀତି ଓ କୋଠ ଭୋଗ ସେବା ହେବାର ବ୍ୟବସ୍ଥା ମଧ୍ୟ ରହିଛି । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆଜିର ଏହି ବିଶେଷ ଦିନରେ ସୁଆର ସେବକମାନେ ନିଜ ନିଜର ନୂଆ ପିଢୀଙ୍କୁ ସେବା କରିବା ପାଇଁ ସୁଯୋଗ ଦିଅନ୍ତି ।

https://www.newsnation.in

ଆଜି ନୂଆ କରି ସୁଆର ସେବକମାନେ ଭୋଗ ଓ ଛେକ ଆଣିବାର ପରମ୍ପରା ରହିଛି । ତେବେ ଆଜିର ଏହି ଦୁର୍ଲଭ ବେଶ ହେବା ଲାଗି ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଗୋପାଳ ତୀର୍ଥ ମଠ ଓ ରାଘବଦାସ ମଠ ଯୋଗାଇ ଦେଇଥାଆନ୍ତି । ତେଣୁ ଆଜି ଉଭୟ ମଠର ମହନ୍ତଙ୍କୁ ଶାଢୀ ବନ୍ଧା ହୋଇଥାଏ । ହେଲେ ଆଜି ସ୍ନାନ କରିବା ପରେ ମହାପ୍ରଭୁ ଜରରେ ପଡିବେ । ତେଣୁ ଆଜି ଆଉ ପହଣ୍ଡି ବିଜେ ହୋଇ ରତ୍ନସିଂହାସନକୁ ଫେରିବେ ନାହିଁ ଶ୍ରୀଜିଉ । ବରଂ ଅଣସର ପିଣ୍ଡିରେ ରହିବେ । ଅଣସର ପିଣ୍ଡିରେ ହିଁ ଦଇତାପତିମାନେ ତାଙ୍କର ସେବା କରିବେ । ପରେ ସେବା ପାଇ ଧିରେ ଧିରେ ସୁସ୍ଥ ହେବ ଜଗା । ଆଉ ସୁସ୍ଥ ହେବା ପରେ ବାହାରି ପଡିବ ଘୋଷଯାତ୍ରାରେ ଜଗା । ସତରେ ପୁରୀରେ ଜଗନ୍ନାଥଙ୍କର ଦିବ୍ୟ ଲୀଳା ହିଁ ଦେଖିବାକୁ ମିଳିଥାଏ ।