କୋହରେ କୁହୁଳୁଛି ନେତାଙ୍କ ହୃଦୟ ! ମନ୍ତ୍ରିମଣ୍ଡଳ ନବୀକରଣ ପରେ ବିଜେଡିରେ ବଢ଼ୁଛି ଅସନ୍ତୋଷ

31

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳରେ ସ୍ଥାନ ନପାଇବାକୁ ନେଇ ବିଜେଡି ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡର ବିଧାୟକ ମଙ୍ଗଳା କିଷାନଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଦଳରୁ ସମୂହ ଇସ୍ତଫା ଦେବାକୁ ଧମକ ଦେଇଥିଲେ ।

ଆଜି ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ତଥା ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର । ଦିବ୍ୟଶଙ୍କର କହିଛନ୍ତି କଳାହାଣ୍ଡି ଜିଲ୍ଲାର କାହାକୁ ମନ୍ତ୍ରୀ ପଦ ମିଳିଥିଲେ କଳାହାଣ୍ଡିବାସୀ ଖୁସୀ ହୋଇଥାନ୍ତେ । କିନ୍ତୁ ଜିଲ୍ଲାକୁ ଅଣଦେଖା କରାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।