ଡାଇରିଆ ଭଳି ମାରାତ୍ମକ ରୋଗକୁ ନିମନ୍ତ୍ରଣ ଦେବ ଲଗାଣ ବର୍ଷା ! ଜାଣନ୍ତୁ କିଭଳି ଏବଂ କେଉଁ ଉପାୟରେ ରୋକିବେ ଏହି ଅଦିନିଆ ଅତିଥିକୁ

684

ଗ୍ରୀଷ୍ମଋତୁ ଯାଇ ବର୍ଷାଋତୁ ଆସି କବାଟ ପିଟିଲାଣି । ଋତୁ ପରିବର୍ତ୍ତନ ଏବଂ ଲଗାଣ ବର୍ଷା କାରଣରୁ ଏହି ସମୟରେ ଅନେକ ରୋଗ ଶରୀରକୁ କବଳିତ କରିଥାନ୍ତି । ଏହି ଦିନରେ ଡାଇରିଆ ରୋଗ ସବୁଠାରୁ ଅଧିକ ବ୍ୟାପିଥାଏ । ଯେଉଁଥିପାଇଁ ନାନାଦି କଷ୍ଟର ସାମ୍ନା କରିବାକୁ ପଡେ । ତେବେ ଆସନ୍ତୁ ଏହି ରୋଗରୁ କିଭଳି ନିଜକୁ ସୁରକ୍ଷିିତ ରଖିବେ ଜାଣିରଖନ୍ତୁ ।

କ’ଣ ଲକ୍ଷଣ ?

ଡାଇରିଆର ପ୍ରମୁଖ କାରଣ ପତଳାଝାଡା ହେବା । ୨୪ ଘଣ୍ଟା ମଧ୍ୟରେ ରୋଗୀକୁ ୪ ରୁ ୫ ଥର ପତଳା ଝାଡା ହେବା ଏହା ସହ ପେଟର ତଳସ୍ତରରେ ହାଲୁକା କିମ୍ବା ଅଧିକ ଯନ୍ତ୍ରଣା ହେବା । ଜ୍ୱର ଏବଂ ଦୁର୍ବଳ କାରଣରୁ ଶରୀରରେ ପୀଡା ଅନୁଭବ କରିବା । କିଛି ରୋଗୀଙ୍କୁ ଉଭୟ ଝାଡାବାନ୍ତି ହେବା । ଦୁର୍ବଳ କାରଣରୁ ମୁଣ୍ଡ ବୁଲାଇବା ଏବଂ ଆଖି ସାମ୍ନା ଅନ୍ଧାର ଦେଖାଯିବା । ଶରୀରରେ ପାଣିର ଅଭାବରୁ ତ୍ୱଚାରେ କ୍ଲାନ୍ତ ଅନୁଭବ କରିବା ।

କାହିଁକି ଶରୀର ପ୍ରତି ଏହା ବିପଦଜନକ ?

ବାରମ୍ବାର ଝାଡାବାନ୍ତି କାରଣରୁ ଶରୀରରେ ପାଣି କମ୍ ହୋଇଯାଏ ଏବଂ ଖଣିଜଲବଣ ବାହାରକୁ ବାହାରିଯାଏ । ଶରୀରରେ ପୋଷଣର ଅଭାବ ମଧ୍ୟ ଦେଖାଯାଏ । ପାଣିର ଅଭାବ କାରଣରୁ ଡିହାଇଡ୍ରେସନ୍ ର ଶିକାର ହେବାକୁ ପଡିଥାଏ । ଏହି ସ୍ଥିତିକୁ ତୁରନ୍ତ ନ ରୋକିଲେ ଜୀବନ ଯିବାର ଭୟ ଥାଏ ।
ଖାଦ୍ୟ କମ୍ , ପାଣି ଅଧିକ ପିଅନ୍ତୁ : ଡାଇରିଆ ହେବା ସମୟରେ ଗରିଷ୍ଠ ଖାଦ୍ୟ ଅଧିକ ଖାଇବା ବଦଳରେ ଯେତେ ଅଧିକ ପାରୁଛନ୍ତି ପାଣି ପିଅନ୍ତୁ । କମ୍ ତେଲ-ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ । ଗୋଟିଏ ଥରରେ ପେଟଭର୍ତ୍ତୀ କରି ଖାଇବା ଅପେକ୍ଷା କମ୍ କମ୍ କରି ୪ ଥରରେ ଖାଆନ୍ତୁ । ଦହି ,ଚହ୍ଲା ସେବନ କରନ୍ତୁ । ଚହ୍ଲାରେ ଜୀରା,ହେଙ୍ଗୁ ଏବଂ କଳାଲୁଣ ପକାଇ ସେବନ କରନ୍ତୁ । ଏଥିରେ ପାଚନ କ୍ଷମତା ଠିକଠାକ୍ ରହିବ । ଖାଦ୍ୟ ଠିକରେ ହଜମ ହେବ ଏବଂ ଝାଡାବାନ୍ତି କମ୍ ହେବ । ଆମ୍ବରସ ଏବଂ ଲେମ୍ବୁପାଣି ପିଅନ୍ତୁ ଏଥିରେ ଥିବା ଭିଟାମିନ୍ – ସି ଅନ୍ତକୁ ସୁସ୍ଥ ରଖିବ । ରାତିରେ ସ୍ୱଳ୍ପ ଆହାର ଖାଆନ୍ତୁ । କଟାଫଳ କିମ୍ବା ପରିବା ଖାଆନ୍ତୁ ନାହିଁ । ବାହାର ଖାଦ୍ୟ ବର୍ଜନ କରନ୍ତୁ । ଘରେ ତଟକା ଫଳ ଏବଂ ପରିବା ଧୋଇ ଖାଆନ୍ତୁ । ତରଭୁଜ ଭଳି ଫଳର ଅଧିକ ସେବନ କରନ୍ତୁ ।

 

ଖାଦ୍ୟରେ ସାମିଲ୍ କରନ୍ତୁ :

କଦଳୀ ଏବଂ ଭାତ : ଏହି ଦୁଇ ଖାଦ୍ୟ ଅନ୍ତର ଗତିକୁ ନିୟନ୍ତ୍ରୀତ କରିଥାଏ । ଯେଉଁଥିରେ ଅତ୍ୟଧିକ ଝାଡା ହେବା ବନ୍ଦ ହୋଇଯାଏ ।

ସେଓ ଏବଂ ମୌସମ୍ବୀ : ଏଥିରେ ଥିବା ପ୍ରୋଟିନ୍ ଏବଂ ଭିଟାମିନ୍ ସି ଅତ୍ୟଧିକ ଝାଡା ହେବାରୁ ବନ୍ଦ କରିଥାଏ ।

ଲୁଣ-ଚିନିର ଘୋଳ : ଏହି ଘୋଳ ସେବନ କରିବା ଦ୍ୱାରା ଶରୀରରେ ପାଣିର ଅଭାବ ଦେଖାଯାଏନାହିଁ । ଦୁର୍ବଳରୁ ଉପସମ ମିଳିଥାଏ ।

ଅଦା ଏବଂ ଚା : ଅଦା ଖାଇବା ଦ୍ୱାରା ଡାଇରିଆରୁ ଉପସମ ମିଳେ ଏବଂ ଅଦାଚାରୁ ପେଟ ଯନ୍ତ୍ରଣା କମ୍ ହୋଇଥାଏ । ଅଦାରସ , ଲେମ୍ବୁରସ ଏବଂ ଗୋଲମରିଚ ଗୁଣ୍ଡ ପାଣିରେ ମିଶାଇ ପିଅନ୍ତୁ ଉପସମ ମିଳିବ ।

ଚହ୍ଲା , ଦହି , ମାଣ୍ଡିଆ,ନଡିଆ ପାଣିକୁ ସେବନ କରନ୍ତୁ । ଚା ଏବଂ କଫି ବଦଳରେ ଗ୍ରୀନ୍ ଟି ପିଅନ୍ତୁ । ଭୁଲରେ ଗରମ କ୍ଷୀର ପିଅନ୍ତୁ ନାହିଁ । ଗରମ କ୍ଷୀର ଏସିଡିଟିକୁ ବଢାଇଥାଏ । ଗରମ ବଦଳରେ ଥଣ୍ଡା କ୍ଷୀର ପିଇ ପାରନ୍ତି । ପନିର ଖାଆନ୍ତୁ ନାହିଁ ।