ମଧୁମେହ ରୋଗୀଙ୍କ ପାଇଁ ମହୌଷଧୀ । ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଡ୍ରାଏ ଫ୍ରୁଟସ

54

ବିଭିନ୍ନ ପ୍ରକାର ଡ୍ରାଏଫ୍ରୁଟସ ମଧ୍ୟରେ ପିସ୍ତାବାଦାମ ଅନ୍ୟତମ । ଭାରତୀୟ ମିଠାଗୁଡିକରେ ଏହାର ଅଧିକ ବ୍ୟବହାର କରାଯାଇଥାଏ । ପିସ୍ତାବାଦାମର ପ୍ରଭାବ ମଧ୍ୟ ସର୍ବାଧିକ । ଏଥିରେ ଫାଇବର ୩.୫ ଗ୍ରାମ, ପ୍ରୋଟିନ ୬ ଗ୍ରାମ, ଭିଟାମିନ ଇ ୩୭ ପ୍ରତିଶତ, ମ୍ୟାଗ୍ନେସିୟମ ୨୦ ପ୍ରତିଶତ ରହିଛି । ସବୁ ବର୍ଗର ଲୋକେ ଏହାକୁ ନିୟମିତ ଖାଇପାରିବେ । ବିଶେଷଜ୍ଞଙ୍କ ପରାମର୍ଶ, ପିସ୍ତାବାଦାମ ଖାଇଲେ ସୋମାନଙ୍କର ଶକ୍ତି ବଢିଥାଏ ।

– ପେଟର ସମସ୍ୟା ହେଉଥିଲେ, ପ୍ରତ୍ୟହ ୨-୩ଟି ପିସ୍ତାବାଦାମ ଖାଇଲେ ମୁକ୍ତି ମିଳେ ।

– ଗର୍ଭବତୀ ମହିଳାଙ୍କ ପ୍ରସବ ପର୍ଯ୍ୟନ୍ତ ଏହା ଖାଇଲେ ଶିଶୁର ଶାରିରୀକ ଓ ମାନସିକ ଅଭିବୃଦ୍ଧି ହୋଇଥାଏ । ପ୍ରସବ ପରେ ମଧ୍ୟ ମହିଳାମାନେ ଏହା ଖାଇଲେ ସେମାନଙ୍କୁ ଶକ୍ତି ମିଳେ ।

– ପିସ୍ତାବାଦାମରେ ଥିବା ଫସଫରସ ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

– ମଧୁମେହ ରୋଗୀଙ୍କ ନିମନ୍ତେ ଏହା ମହୌଷଧି ରୂପେ କାମ କରିଥାଏ । ନିୟମିତ ସକାଳେ ୨ରୁ ୩ଟି ପିସ୍ତାବାଦାମ ଖାଇଲେ ମଧୁମେହ ନିୟନ୍ତ୍ରଣ ହେବା ସହ ଇନସୁଲିନ ଦ୍ୱାର ଆବଶ୍ୟକତା ପଡେନାହିଁ ।

– ସର୍ବେକ୍ଷଣରୁ ଜଣାପଡିଛି ଯେ ସପ୍ତାହକୁ ଅନ୍ତତଃ ୫ଦିନ ପେସ୍ତାବାଦାମ ଖାଇଲେ ହୃଦଘାତ ଆଶଙ୍କା ଖୁବ କମ ଥାଏ ।

– ଛାତ୍ରଛାତ୍ରୀମାନେ ପ୍ରତ୍ୟହ ବାଦାମ ଖାଇଲେ ସେମାନଙ୍କ ସ୍ମତି ଶକ୍ତି ପ୍ରଖର ହୋଇଥାଏ ।

– ଯୁବତୀ ଓ ମହିଳାମାନେ ନିୟମିତ ପେସ୍ତାବାଦାମ ଖାଇଲେ ସେମାନଙ୍କ ତ୍ୱଚାର ରଙ୍ଗ ସଫା ହେବା ସହ କେଶ ମଜବୁତ ହୋଇଥାଏ ।

– ଦୈନିକ ପିସ୍ତାବାଦାମ ଖାଇଲେ ଶରୀରର ଓଜନ ନିୟନ୍ତ୍ରଣରେ ରହୁଥିବା ବିଶେଷଜ୍ଞଙ୍କ ମତ ।