ଡାଇବେଟିସ୍ ରୋଗୀଙ୍କ ପାଖରେ ରହିଥାଏ କ୍ୟାନସରର ଆଶଙ୍କା ! ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

56

ଡାଇବେଟିସରୁ କ୍ୟାନସର ହେବାର ବିପଦ ବଢ଼ିପାରେ ଓ ଏହା ଦ୍ୱାରା କ୍ୟାନସର ରୋଗୀଙ୍କ ଜୀବିତ ରହିବାର ସମ୍ଭାବନା କମ୍ ହୋଇପାରେ । ସ୍ୱିଡିଶର ନ୍ୟାସନାଲ ଡାଇବେଟିସ୍ ରେଜିଷ୍ଟରର ଅନୁସନ୍ଧାନକର୍ତ୍ତାଙ୍କ ଅନୁସାରେ, ଡାଇବେଟିସରେ ପୀଡିତ ୨୦% ରୋଗୀ ଏହି ରୋଗ ନଥିବା ଲୋକଙ୍କ ମୁକାବିଲାରେ କୋଲୋରେକ୍ଟଲ କ୍ୟାନସର ହେବାର ଆଶଙ୍କା ସବୁଠାରୁ ଅଧିକ ହୋଇଥାଏ ଓ ୫% ରୋଗୀଙ୍କ ଠାରେ ସ୍ତନ କ୍ୟାନସର ହେବାର ଅଧିକ ଆଶଙ୍କା ଥାଏ ।

୪୧.୫ କୋଟି ଲୋକ ଡାଇବେଟିସ୍ ଦ୍ୱାରା ପୀଡିତ : ଯେଉଁ ଲୋକ କ୍ୟାନସର ଓ ଡାଇବେଟିସ୍ ଉଭୟରେ ପୀଡିତ ହୋଇଥାଆନ୍ତି, ତାଙ୍କ ଠାରେ ସ୍ତନ କ୍ୟାନସର ଓ ପ୍ରୋଷ୍ଟେଟ୍ କ୍ୟାନସରର କାରଣ ମୃତ୍ୟୁକୁ କ୍ରମଶଃ ୨୫% ଓ ୨୯% ଅଧିକ ଆଶଙ୍କା ରହିଥାଏ । ସାରା ଦୁନିଆରେ ପାଖାପାଖି ୪୧.୫ କୋଟିରୁ ଅଧିକ ଲୋକ ଡାଇବେଟିସରେ ପୀଡିତ । ପ୍ରତି ୧୧ଜଣ ମଧ୍ୟରୁ ଜଣେ ବୟସ୍କ ଡାଇବେଟିସରେ ପୀଡିତ । ବର୍ଷ ୨୦୪୦ ପର୍ଯ୍ୟନ୍ତ ଏହି ସଂଖ୍ୟା ବଢ଼ିକି ୬୪.୨ କୋଟି ହେବାର ସମ୍ଭାବନା ଅଛି ।