ସଞ୍ଜୟ ଦତ୍ତଙ୍କ ବାୟୋପିକରେ ରଣବୀର କପୁରଙ୍କ ସହ ନଜର ଆସିବେ ଦିୟା ମିର୍ଜା

31

ରଣବୀର କପୁର, ରାଜ କୁମାର ହିରାନୀଙ୍କ ସହ ସଞ୍ଜୟ ଦତ୍ତଙ୍କ ବାୟୋପିକ ସିନେମା ପାଇଁ କାମ ଆରମ୍ଭ କରି ଦେଇଛନ୍ତି । ଅନେକ ବାଦବିବାଦ ପରେ ଗତକାଲି ଏହି ସିନେମାର ସୁଟିଂ ଆରମ୍ଭ ହୋଇଯାଇଛି । ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ମଧ୍ୟ ନେଇଛନ୍ତି ଏହି ସିନେମାରେ ଏଣ୍ଟ୍ରି । ସୁଟିଂର ପ୍ରଥମ ଦିନ ରଣବୀର କପୁର, ରାଜ କୁମାର ହିରାନୀ, ଅଭିଜିତ ଯୋଶୀ ଓ ବିକି କୋଶଲଙ୍କ ସହ ଦିୟା କେକ୍ କାଟୁଥିବାର ନଜର ଆସିଛନ୍ତି ।

ଦିୟା ମିର୍ଜା ନିଜେ ଏଇ ଫଟୋକୁ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଦିୟା ଏଇ ସିନେମା ପୂର୍ବରୁ ରାଜକୁମାର ହିରାନୀଙ୍କ ସହ ‘ଲଗେ ରହୋ ମୁନ୍ନାଭାଇ’ ସିନେମାରେ ନଜର ଆସିଥିଲେ । ହିରାନିଙ୍କ ଏଇ ବାୟୋପିକ ସିନେମାରେ ଅନୁଷ୍କା ଶର୍ମା ଓ ସୋନମ କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ବୋଲି ଜଣାପଡିଛି ।