କାହିଁକି ଅଧିନାୟକ ପଦ ଛାଡିଲେ ଧୋନି ! ମିଡିଆ ସାମ୍ନାରେ କ୍ୟାପଟେନ୍ କୁଲ୍ ରଖିଲେ ମନର କଥା

61

କନକ ବ୍ୟୁରୋ : କାହିଁକି ଆଚାନକ୍ ଦିନିକିଆ କ୍ୟାପଟେନ୍ସି ଛାଡିଲେ ଧୋନି । ଆଜି ମିଡିଆ ଆଗରେ ମୁହଁ ଖୋଲିଛନ୍ତି ମହେନ୍ଦ୍ର ସିଂ ଧୋନି । କହିଛନ୍ତି ଅଲଗା ଅଲଗା ନେତୃତ୍ୱ ଦଳ ପାଇଁ ଭଲ ନୁହେଁ । ଭାରତ ଏହା ଉପରେ ବିଶ୍ୱାସ କରେନାହିଁ । ଏଥିସହ ଧୋନୀ କହିଛନ୍ତି, କୋହଲିଙ୍କ ପାଇଁ ଏହା ଠିକ୍ ସମୟ । ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆହୁରି ଆଗକୁ ଯିବ । ପୂର୍ବରୁ ଟେଷ୍ଟ ଟିମ୍ ଦାୟିତ୍ୱ ଛାଡିଥିବା ଧୋନୀ ହଠାତ୍ ଦିନିକିଆ କ୍ୟାପଟେନ୍ସିରୁ ଅବସର ନେଇ ଘୋଷଣା କରିଥିଲେ ।