ରାହାଣେ ଓ ଧୋନିଙ୍କ ପରେ ବୋଲିଂ ଚମକ: ଭାରତ ୯୩ ରନରେ ଜିତିଲା

21

କନକ ବ୍ୟୁରୋ: ଆଜିଙ୍କ୍ୟ ରାହାଣେ ଓ ମହେନ୍ଦ୍ର ସିଂ ଧୋନିଙ୍କ ଚମକ୍ରାର ପ୍ରଦର୍ଶନ ବଳରେ ଭାରତ ଶୁକ୍ରବାର ତୃତୀୟ ଦିନିକିଆକୁ ୯୩ ରନରେ ଜିତିନେଇଛି । ଭାରତ ୨୫୧ ରନ କରିଥିଲେ ବି ୱେଷ୍ଟଇଣ୍ଡିଜର ଖେଳାଳୀମାନେ ୧୫୮ ରନରେ ଅଲଆଉଟ୍ ହୋଇଯାଇଥିଲେ । ଭାରତ ପକ୍ଷରୁ ବୋଲର କୁଲଦୀପ ଯାଦବ, ଆର ଅଶ୍ୱିନ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ବିଜୟ ସହ ଭାରତ ୫ ମ୍ୟାଚ ଶୃଂଖଳାରେ ୨-୦ରେ ଆଗୁଆ ରହିଛି । ତେବେ ଆସନ୍ତା ରବିବାର ୪ର୍ଥ ଦିନିକିଆ ଖେଳାଯିବ ।