୩୭ ବର୍ଷ ବୟସରେ ପାଦ ଥାପିଲେ କୁଲ୍ କ୍ୟାପଟେନ୍ ! ସୋସିଆଲ୍ ମିଡିଆରେ ଛୁଟିଲା ଶୁଭେଚ୍ଛାର ବାର୍ତ୍ତା । 

26

ଭାରତୀୟ କ୍ରିକେଟ୍ ଟିମର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଆଜି ହେଉଛି ଖୁବ୍ ଖୁସିର ଦିନ । ଆଜି ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି କ୍ରିକେଟପ୍ରେମୀଙ୍କ ପ୍ରିୟ ମାହି । ଭାରତୀୟ କ୍ରିକେଟ୍ ଦଳର କୁଲ୍ ମ୍ୟାନ୍ କୁହାଯାଉଥିବା ମାହି ପଡିଆରେ ଯେଭଳି ଭଲ ସ୍କୋର କରି କ୍ରିକେଟପ୍ରେମୀଙ୍କ ପ୍ରିୟ ଖେଳାଳି ହୋଇପାରିଛନ୍ତି । ଠିକ୍ ସେମିତି ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ଭଲ ପୁଅ,ବାପା ଏବଂ ସ୍ୱାମୀ ହୋଇପାରିଛନ୍ତି । ସେଥିପାଇଁ ତାଙ୍କୁ ଅଲରାଉଣ୍ଡର ମଧ୍ୟ କୁହାଯାଏ । ଭାରତୀୟ କ୍ରିକେଟ୍ ଦଳରେ ୧୪ ବର୍ଷର ଅଭିଯାନ ତାଙ୍କୁ ବହୁ ସ୍ୱର୍ଣ୍ଣିମ ଅନୁଭୁତି ଆଣିଦେଇଛି ।

ରାଞ୍ଚୀ ସହରର ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ପିଲା ଯେ ବିଶ୍ୱବାସୀଙ୍କୁ ଏଭଳି ଭାବେ ଆକୃଷ୍ଟ କରିବ ଏହାର କଳନା କେହି କେବେ କରିନଥିବେ । କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ବହୁ ଅସୁବିଧାର ସାମ୍ମା କରି ସେ ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇଥିଲେ । ଏହା ପରେ ସେ ପଛକୁ ବୁଲି ଦେଖିନଥିଲେ ।  ମାହିଙ୍କୁ ବାଇକ୍ ରାଇଡିଂ ସହ କାରର ମଧ୍ୟ ବହୁତ ସଉକ ରହିଛି । ତାଙ୍କ ଗ୍ୟାରେଜରେ ଦୁଇ ଡଜନ ବାଇକ୍ ହିଁ ରହିଛି ଏହାଛଡା ସେ ଦାମୀ କାର୍ ମଧ୍ୟ ପସନ୍ଦ କରନ୍ତି ।

କୁଲ୍ କ୍ୟାପଟେନ୍ ଧୋନୀଙ୍କ ବୈବାହିକ ଜୀବନ କହିଲେ ପତ୍ନୀ ସାକ୍ଷୀ ଏବଂ କୁନି ଝିଅ ଜିଭା । କ୍ୟାରିୟର୍ ସଫଳତା ପରେ ବହୁ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡାଯାଇଥିଲେ ମଧ୍ୟ ୨୦୧୦ ମସିହାରେ ସେ ତାଙ୍କ ବାନ୍ଧବୀ ସାକ୍ଷୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଯେ ପ୍ରତିଟି କ୍ଷେତ୍ରରେ ଏବଂ ଖେଳରେ ଧୋନୀଙ୍କ ସାଙ୍ଗରେ ରହି ତାଙ୍କ ସାହସ ବଢାଇଥାନ୍ତି ।

ଟେଷ୍ଟରୁ ସନ୍ୟାସ ନେବା ପରେ କ୍ରିକେଟ୍ ଟିମରେ ବିରାଟ କୋହଲୀଙ୍କୁ ଅଧିନାୟକ ରୂପେ ଘୋଷଣା କରାଯାଇଥିଲା । ତେବେ ଧୋନୀ ବିଶ୍ୱରେ ଅଧିକ ରୋଜଗାର କରୁଥିବା କ୍ରିକେଟ୍ ଖେଳାଳିଙ୍କ ତାଲିକାରେ ରହିଛନ୍ତି । ତେବେ ଆଜି ଏହି କୁଲ୍ କ୍ୟାପଟେନ୍ ମାହିଙ୍କର ୩୭ ତମ ଜନ୍ମଦିନ । ଇତିଅବସରରେ ସୋସିଆଲ୍ ମିଡିଆରୁ ଆରମ୍ଭ କରି ବ୍ୟକ୍ତିଗତ ରୂପେ ଅଭିନନ୍ଦନର ସୁଅ ତାଙ୍କ ପାଖକୁ ଛୁଟିଛି ।