ପୁଣି କ୍ୟାପଟେନସି କ୍ୟାପରେ ଧୋନୀ ! ପୁଣି ପଡିଆ ଉପରେ ଦେଖିବାକୁ ମିଳିବ ମାହିଙ୍କ କୁଲ୍ ଅନ୍ଦାଜ ।

47

କନକ ବ୍ୟୁରୋ : ନିଜ କୁଲ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମହେନ୍ଦ୍ର ସିଂହ ଧୋନୀ । ମଙ୍ଗଳବାର ଏସିଆ କପ୍ ସୁପର ୪ରେ ଭାରତ ସହ ଆଫଗାନିସ୍ତାନର ଲଢେଇ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ପରେ ପ୍ରଥମେ ବୋଲିଂ କରୁଛି ଭାରତ । ତେବେ ଭାରତୀୟ ପ୍ରଂଶସକଙ୍କ ପାଇଁ ଆଜି ହେଉଛି ଏକ ଖୁସିର ଦିନ । କାରଣ ଏସିଆ କପର ଫାଇନାଲରେ ପହଞ୍ଚି ସାରିଥିବା ଟିମ୍ ଇଣ୍ଡିଆ ଆଜି ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇଛି । ଏବଂ ତାଙ୍କ ସ୍ଥାନରେ ଆଜି ଦଳର ନେତୃତ୍ୱ ନେଉଛନ୍ତି କୁଲ୍ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ।

ଏହି ଖବରକୁ ପ୍ରଥମେ କେହି ବିଶ୍ୱାସ କରୁନଥିଲେ ମଧ୍ୟ, ସମସ୍ତେ ଉତ୍ସାହିତ ହୋଇଯାଇଥିଲେ, ଯେତେବେଳେ ଧୋନୀ ଟସ୍ ପାଇଁ ପଡିଆକୁ ମଧ୍ୟକୁ ପ୍ରବେଶ କରିଥିଲେ । ଏବଂ କଏନ୍ ଟସ କରିବା ସହ ଅଧିନାୟକତ୍ୱର ଡବଲ୍ ସେଞ୍ଚୁରି ମାରିଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ । ଏବଂ ୬୯୬ ଦିନ ପରେ ଆଜି ପୁଣି ଥରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରୁଛନ୍ତି ଧୋନୀ । ୨୦୧୭ରେ ଧୋନୀ ଦିନିକିଆରୁ ଅଧିନାୟକ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବଂ ଯୁବ ତାରକା ବିରାଟ କୋହଲିଙ୍କୁ ଭାରତର ଅଧିନାୟକ ଭାବେ ଘୋଷଣା କରାଯାଇଥିଲା । ତେବେ ବିରାଟ କୋହଲି ଏସିଆ କପରେ ଦଳରେ ସାମିଲ ନହୋଇଥିବାରୁ ଏବଂ ରୋହିତ ଶର୍ମାଙ୍କୁ ଆଜି ମ୍ୟାଚରେ ବିଶ୍ରାମ ଦିଆଯାଇଥିବାରୁ ଆଡି ପଡିଆରେ କ୍ୟାପଟେନ୍ କୁଲ୍ ମାହିଙ୍କ ଅଧିନାୟକତ୍ୱ ଅନ୍ଦାଜ ଦେଖିବାକୁ ପାଉଛନ୍ତି ଦର୍ଶକ ।

ତେବେ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ମାନଙ୍କର ଦିନିକିଆ ରେକର୍ଡ :

୧. ଏମଏସ ଧୋନୀ (୨୦୦୭-୨୦୧୮) ୧୯୯ ମ୍ୟାଚ୍, ୧୧୦ଟି ବିଜୟ, ୭୪ ପରାଜୟ

୨. ମୋ. ଆଜାରୁଦ୍ଦିନ (୧୯୯୦-୧୯୯୯) ୧୭୪ ମ୍ୟାଚ୍, ୯୦ଟି ବିଜୟ, ୭୬ ପରାଜୟ

୩. ସୌରଭ ଗାଙ୍ଗୁଲି (୧୯୯୯-୨୦୦୫) ୧୪୬ ମ୍ୟାଚ୍, ୭୬ଟି ବିଜୟ, ୬୫ ପରାଜୟ